ରାଉରକେଲା (ଏଟିଆର ବ୍ୟୁରୋ): ଜିଏସଟି ଠକେଇ ଅଭିଯୋଗରେ ରାଉକେଲାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଖାପାଖି ୧୮୧ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହେବା ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନାନୁଯାୟୀ, ଆଜି ରାଉରକେଲାର ଜିଏସଟି ଡିପାର୍ଟମେଣ୍ଟ ତରଫରୁ ସହରର ଦୁଇ ଦୁଇ ବ୍ୟବସାୟୀଙ୍କ ଘରେ ଚଢାଉ କରାଯିବା ସହ ସେମାନଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ଉଭୟଙ୍କ ନା’ରେ ଜିଏସଟି ଠକେଇ ଅଭିଯୋଗ ଆସିଥିଲା ।
ତେବେ ଆଜି ଅଚାନକ ଚଢାଉପରେ ଉଭୟ ବ୍ୟବସାୟୀଙ୍କୁ ଉଦିତ ନଗର ଥାନାରେ ଅଟକ ରଖାଯାଇ ଅଧିକ ପଚାରଉଚରା କରାଯିବା ପରେ ସେମାନଙ୍କ ଠାରୁ ସଠିକ ଉତ୍ତର ନମିଳିବାରୁ ସେମାନଙ୍କୁ ପୋଲିସ ଗିରଫ କରାଯିବ । ଗିରଫ ହୋଇଥିବା ଦୁଇ ବ୍ୟବସାୟୀ ହେଲେ ସିଭିଲ ଟାଉନସିପର ଅମିତ ଗରେୱାଲ ଓ ସୁବାଷ ସ୍ୱାଇଁ । ନିଜ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ନାଁରେ ଆକାଉଣ୍ଟ ଖୋଲି ଏ ଦୁହେଁ ୧୮୧ କୋଟି ଟଙ୍କାର ଜିଏସଟି ଠକିଥିବା ସୂଚନା ମିଳିଛି ।