ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ଓଡ଼ିଶାରେ ଓଡିଆ ଖାଦ୍ୟର ଚାହିଦା କମିବାରେ ଲାଗିଛି । ଲୋକେ ଚାଇନିଜ ଖାଦକ଼ୁ ଅଧିକ ଆପଣେଇବାରେ ଲାଗିଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ଜଣାଶୁଣା ସେଫ ମାଇକେଲ ଏକ ନିଆରା ଖାଦ୍ୟ ମହୋତ୍ସବର ଆୟୋଜନ କରିଛନ୍ତି ।
ଏହି ମହୋତ୍ସବରେ ମାଇକେଲ ଲୋକମାନଙ୍କୁ ଲୁକାୟୁକ୍ତ ଓଡିଆ ଖାଦ୍ୟର ସ୍ୱାଦ ଦେବା ସହିତ ଓଡ଼ିଶାର ପୁରୁଣା ଖାଦ୍ୟ ପ୍ରଣାଳୀ ବିଷୟରେ ଲୋକମାନଙ୍କୁ ଅବଗତ କରାଇବାର ପ୍ରଚେଷ୍ଟା କରିଛନ୍ତି । ବହୁ ଓଡିଆ ଖାଦ୍ୟରେ ଆଧୁନିକତାର ଛାପ ଦେଇ ଲୋକମାନଙ୍କୁ ଏକ ଭିନ୍ନ ସ୍ୱାଦ ମଧ୍ୟ ଏହି ଉତ୍ସବରେ ମାଧ୍ୟମରେ ପରଷା ଯାଉଛି ।
ତେବେ ଏହି ମହୋତ୍ସବଟି ସୌନିକ ସ୍କୁଲ ସମ୍ମୁଖରେ ଥିବା ‘ମାଇକେଲ କିଚେନ’ ରେସ୍ତୋରାଁରେ ଆୟୋଜନ କରାଯାଇଛି । ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ସେଫ ମାଇକେଲଙ୍କ ଏହି ପ୍ରଗତିଶୀଳ ଓଡିଆ ଖାଦ୍ୟ ମହୋତ୍ସବ ।
ତେବେ ଏହି ଖାଦ୍ୟ ମହୋତ୍ସବରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି ।
ପ୍ରତିଦିନ ଦିନ ୧୧ଟାରୁ ପୁର୍ବାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଖାଦ୍ୟ ମହୋତ୍ସବରେ ଲୋକେ ଖାଣ୍ଟି ଓଡିଆ ଖାଦ୍ୟର ମଜା ନେଇ ପାରିବେ ।