ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୈନିକ ବିଦ୍ୟାଳୟ ଖୋଲିବାକୁ ଯାଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଏହି ବିଦ୍ୟାଳୟଟିର ନାମ ରଜ୍ଜୁ ଭୈୟା ନାମରେ ନାମିତ କରାଯାଇଛି । ଏବର୍ଷର ପ୍ରଥମ ଶିକ୍ଷା ବର୍ଷରୁ ଅର୍ଥାତ ଅପ୍ରେଲ ମାସରୁ ଆରମ୍ଭ ହୋଇଯିବ ଏହି ବିଦ୍ୟାଳୟ । ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଖାପାଖି ଶେଷ ହୋଇସାରିଥିବା ବେଳେ ଏହି ବିଦ୍ୟାଳୟ ନିମନ୍ତେ ୧୬୦ ବିଦ୍ୟାର୍ଥ ଚୟନ କରାଯିବ । ଏହି ବିଦ୍ୟାଳୟରେ ପ୍ରବେଶ କରିବା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଚୟନ ହୋଇଥିବା ପିଲାମାନଙ୍କୁ ଷଷ୍ଠ ବର୍ଗରେ ପ୍ରବେଶ କରିବେ । ଆରବିଏସବିଏମ୍ ସମ୍ପୂର୍ଣ୍ଣ ଭାବରେ ଏକ ଆବାସିକ ବିଦ୍ୟାଳୟ ହେବ।
ତେବେ ପ୍ରଥମ ବ୍ୟାଚରେ ଆବେଦନ କରିବାକୁ ଚାହୁଁଥିବା ପିଲା ଫେବୃଆରୀ ୨୩ ଯାଏଁ ପଞ୍ଜୀକରଣ କରାଯିବ ଏବଂ ମାର୍ଚ୍ଚ ୧ରେ ପ୍ରବେଶିକା ପରୀକ୍ଷା ହେବ। ଏହି ପରୀକ୍ଷାରେ ବିଦ୍ୟାର୍ଥୀ ମାନଙ୍କର ତର୍କଶାସ୍ତ୍ର, ସାଧାରଣଜ୍ଞାନ, ଗଣିତ ଏବଂ ଇଂରାଜୀ କ୍ଷମତା ଉପରେ ଆକଳନ କରାଯିବ। ଏହା ସହ ବିଦ୍ୟାର୍ଥୀମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ କୃତି ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟରେ ଅନୁପ୍ରବେଶ କରାଯିବ । ଏହି ବିଦ୍ୟାଳୟରେ ସିବିଏସଇ ପାଟର୍ଣ୍ଣରେ ପିଲାମାନଙ୍କୁ ପାଠ ପଢାଯିବ । ତେବେ ଏହି ବିଦ୍ୟାଳୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବା ବେଳେ କେବଳ ମୃତ ସୈନିକଙ୍କ ପିଲାମାନଙ୍କ ପାଇଁ ୮ଟି ସିଟ ସଂରକ୍ଷିତ ରଖାଯିବ। ସେହିପରି ଶହିଦଙ୍କ ପିଲାମାନଙ୍କ ଆୟୁକୁ ନେଇ କିଛି ବର୍ଷ ଛୁଟ ଦିଆଯିବ।