କୋଲକାତା(ଏଟିଆର ବ୍ୟୁରୋ): ଗତକିଛି ଦିନ ତଳେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ବିଲକୁ ସଂଶୋଧନ କରି ରାଷ୍ଟ୍ରପତିଙ୍କ ନିକଟକୁ ଫଠାଇଥିଲେ । ତେବେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ କେନ୍ଦ୍ର ସରକାର ସାରା ଭାରତରେ ପ୍ରଣୟନ କରିଥିଲା । ଯାହାକୁ ନେଇ ସାରା ଭାରତରେ ହିଂସା ଦେଖିବାକୁ ମିଳିଥିଲା । କିଛି ଦିନ ପରେ ପାଖାପାଖି ସବୁ ରାଜ୍ୟ ଏହି ଆଇନକୁ ଆପଣେଇ ନେଇଥିଲେ । ହେଲେ କିଛି ରାଜ୍ୟ ସିଏଏକୁ ବିରୋଧ କରାଯାଇ ବିରୋଧ ପ୍ରସ୍ତାବ ପାସ୍ ଆଣିଥିଲେ ।ପୂର୍ବରୁ କେରଳ, ପଞ୍ଜାବ, ରାଜସ୍ଥାନରେ ବିରୋଧ ପ୍ରସ୍ତାବ ପାସ ହୋଇଛି । ଆଜି ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍ ହୋଇଛି । ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ ଚାଟାର୍ଜି ଆଜି ଅପରାହ୍ନରେ ସିଏଏ ବିରୋଧରେ ପ୍ରସ୍ତାବ ଆଣିଥିଲେ । ବିଧାନସଭାରେ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବରେ ସିଏଏକୁ ରଦ୍ଦ କରିବାକୁ କୁହାଯାଇଛି ।
ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ସିଏଏକୁ ନେଇ କରାଯାଉଥିବା ବିରୋଧ କେବଳ ସଂଖ୍ୟାଲଘୁଙ୍କ ପାଇଁ ନୁହଁ । ଏହା ହେଉଛି ସମସ୍ତଙ୍କ ପାଇଁ ଏବଂ ଏହାକୁ ବିରୋଧ କରୁଥିବା ହିନ୍ଦୁ ଭାଇମାନଙ୍କୁ ମମତା ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପଶ୍ଚିମବଙ୍ଗରେ ଆମେ ସିଏଏ, ଏନପିଆର, ଏନଆରସି ଲାଗୁ କରାଇବାକୁ ଦେବୁ ନାହିଁ । ଶାନ୍ତିପର୍ଣ୍ଣ ଭାବେ ବିରୋଧ ପ୍ରର୍ଦଶନ କରିବୁ ବୋଲି ସେ କହିଛନ୍ତି ।