ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆନ୍ଧ୍ର ପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ କରିବା ପାଇଁ ଆଜି ବିଧାନସଭାରେ ସଂକଳ୍ପ ନେଇଛନ୍ତି ବିଧାୟକମାନେ । ଏନେଇ ଆଜି ଉଚ୍ଛେଦ ପାଇଁ ଏକ ସଂକଳ୍ପ ପତ୍ର ବିଧାନସଭାରେ ଗୃହୀତ ହୋଇଛି । ଜଗନମୋହନ ରେଡ୍ଡୀଙ୍କ ସରକାର ପକ୍ଷରୁ ଏହା ଗୃହୀତ ହୋଇଛି । ଦିନ ତମାମ ଏହା ପଉପରେ ଆଲୋଚନା ହେବା ପରେ ୧୩୩-୦ ରେ ଏହା ବିଧାନସଭାରେ ପାରିତ ହୋଇଛି । ଏହି ସଂକଳ୍ପ ପତ୍ରକୁ ପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।
ତେବେ ଏହାକୁ ନେଇ ଜଗନମୋହନ ରେଡ୍ଡୀ କହିଛନ୍ତି ଲୋକଙ୍କ ସ୍ୱାର୍ଥ ପାଇଁ ଏହାକୁ ଉଚ୍ଛେଦ କରାଯିବ । କୌଣସି ରାଜ୍ୟରେ ବିଧାନ ପରିଷଦ ରହିବା ବାଧ୍ୟତା ମୂଳକ ନୁହେଁ । ଅନେକ ରାଜ୍ୟରେ ବିଧାନ ପରିଷଦ ନାହିଁ । ତେଣୁ ରାଜ୍ୟରୁ ବିଧାନ ପରିଷଦ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ହୋଇଥିବା ଏହି ଅଧିବେଶନକୁ ରାଜ୍ୟର ମୁଖ୍ୟ ବିରୋଧୀ ଟିଡିପି ବର୍ଜନ କରିଛି । ସୂଚନାଯୋଗ୍ୟ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଆନ୍ଧ୍ର ପାଇଁ ୩ ରାଜଧାନୀ ଯୋଜନା ଗୃହରେ ପାରିତ ହେଲଶ ପରେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି ରେଡ୍ଡୀ ।