ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ ଦିନକୁ ଦିନ ଶିଶୁ ଅତ୍ୟାଚାର ଓ ବିଭିନ୍ନ ଅପରାଧ ଜନିତ କାର୍ଯ୍ୟରେ ନବାଳକ, ନାବାଳିକା ମାନଙ୍କୁ ବ୍ୟବହାର କରି ଅପରାଧ ମଧ୍ୟ ବଢିବାରେ ଲାଗିଛି ।
ବର୍ତ୍ତମାନ ଛୋଟ ଛୁଆମାନଙ୍କର ପର୍ଣ୍ଣଭିଡିଓ ତିଆରି କରି ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଉଛି । ଆମେରିକାର ଏକ ସଂସ୍ଥା ଏନସିଏମଇସିର ରିର୍ପୋଟ ଅନୁଯାଇ ମାତ୍ର ୫ମାସ ମଧ୍ୟରେ ଭାରତରେ ୨୫ହଜାରରୁ ଅଧିକ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭିନ୍ନ ଭିନ୍ନ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି ।
ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଭାରତୀୟଙ୍କ ନିଦ ହଜି ଯାଇଛି । ସୁଚନା ଅନୁସାରେ ଭାରତ ଓ ଆମେରିକା ଗତବର୍ଷ ଏହି ତଥ୍ୟ ପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଏନସିଏମଇସି ବା ନ୍ୟାସନାଲ ସେଣ୍ଟର ଫର ମିସିଙ୍ଗ ଆଣ୍ଡ ଏକ୍ସପ୍ଳୋଇଟେଡ ଚିଲଡ୍ରେନ ଦ୍ୱାରା ଏହି ତଥ୍ୟ ଭାରତକୁ ପ୍ରଦାନ କରାଯାଇଛି ।
ଏହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲା ଭାରତର ନୂଆଦିଲ୍ଲୀ ଠାରେ ସର୍ବାଧିକ ଦେଖିବାକୁ ମିଳିଛି । ଅନ୍ୟପଟେ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ଭାରତରେ ଏଭଳି ଅପରାଧ ଘଟାଉଥିବା ଅପରାଧିାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।