ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଇଟି କମ୍ପାନୀରେ ଚାକିରୀ କରିଥିବା ଅଧିକାଶଂ ଲୋକ ନିଜ ଦେଶ ଛାଡି ଯୁଏସ ଯିବାକୁ ପସନ୍ଦ କରିଛନ୍ତି । ତେବେ ଭିସା ପାଇବା ନିମନ୍ତେ ସେମାନଙ୍କୁ ଦେବାକୁ ପଡୁଛି ମୋଟା ଆକାରର ଅର୍ଥ । ଯାହାଫଳରେ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଅସନ୍ତୋଷ । ଏଚ୍୧-ବି ଭିସା ମାନ୍ୟତା ଦେବାକୁ ଯାଇ ୟୁଏସ ସିଟିଜେନସିପ ଇମିଗ୍ରେସନ ସର୍ଭିସ (ୟୁଏସସିଆଇଏସ) ବେଆଇନ ଭାବରେ ଫି ଆଦାୟ କରୁଛି। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ତେବେ ଏନେଇ ଆମେରିକାର ଏକ କୋର୍ଟରେ ଆବେଦନ କରାଯାଉଛି । ଯେଉଁଥିରେ ୟୁଏସସିଆଇଏସ ଆମେରିକାର ଆଇଟି କମ୍ପାନୀଙ୍କ ପାଖରୁ ବେଆଇନ ଭାବରେ ୩୫୦ ନିୟୁତ ଡଲାର ଆଦାୟ କରିଥିବା ଅଭିଯୋଗ ହୋଇଛି।
ପାଖାପାଖି ୧୨୫୦ଟି ଆଇଟି କମ୍ପାନୀ ମିଶି ଆଇଟି ସର୍ଭିସ ସଂଘ ଗଠନ କରିଛନ୍ତି । ଏହି ସଂଘରେ ଆଇଟେକ , ଯୁଏସ, ସ୍ମାଟ ୱାର୍କ ଏବଂ ସାକ୍ସନ ଗ୍ଲୋବାଲ ଭଳି କମ୍ପାନୀ ରହିଛି । ତେବେ ଏହିସବୁ କମ୍ପାନୀ ଏକାଠି ହୋଇ କୋର୍ଟରେ ନିଜର ଏଚ୧-ବି ଭିସା ଦେବାକୁ ଯାଇ ୟୁଏସସିଆଇଏସ ବେଆଇନ ଭାବରେ ଅର୍ଥ ଆଦାୟ କରୁଥିବା ନେଇ ଏକ ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଛି ଯେ କୋର୍ଟ ଏହି ସବୁ ବେଆଇନ ଆଦାୟ ଉପରେ ରୋକ ଲଗାଇବା ଦରକାର । ଏଥିସହ ସେମାନଙ୍କମ ଠାରୁ ଆଦାୟ କରାଯାଇଥିବା ବେଆଇନ ଅର୍ଥକୁ ସେମାନଙ୍କୁ ଫେରସ୍ତ କରିଦିଆଯାଉ । ଭିସାର ମାନ୍ୟତା ପାଇଁ ଅଧିକ ଫି ଦେବା ଫଳରେ କମ୍ପାନୀମାନେ ଆର୍ଥିକ ବୋଝର ଶିକାର ହେଉଛନ୍ତି ବୋଲି ଆବେଦନକାରୀ କହିଛନ୍ତି।