ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୧ରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବାକୁ ଯାଉଛି । ସେପଟେ ଦୋଷୀମାନେ ଫାଶୀ ଘୁଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ।
ପୁର୍ବରୁ ମୁକେଶ ରାଜକ୍ଷମା ଆବେଦନ କରି ତାକୁ କ୍ଷମା କରିଦେବା ପାଇଁ ପିଟିସନ ଦାଖଲ କରିଥିଲା । ଜାନୁଆରୀ ୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ ।
ଏହାପରେ ରାଷ୍ଟ୍ରପତିଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରି ରାଷ୍ଟ୍ରପତିଙ୍କ ନିଷ୍ପତି ବିରୁଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଦୋଷୀ ମୁକେଶ ଅନୁଯାଇ ରାଷ୍ଟ୍ରପତି ଗଣମାଧ୍ୟମ ଓ ଅନ୍ୟ ବିଭିନ୍ନ ମହଲର ଚାପରେ ଆସି ଏପରି ନିଷ୍ପତି ନେଇଛନ୍ତି ।
ତେବେ ଆଜି ସୁପ୍ରିମକୋର୍ଟ ମୁକେଶ ଦାଖଲ କରିଥିବା ଯାଚିକାର ଫଇସଲା କରି ରାୟ ସଂରକ୍ଷିତ ରଖିଛନ୍ତି । ସୂଚନା ଅନୁଯାଇ ଆସନ୍ତା କାଲି ସୁପ୍ରିମକୋର୍ଟଙ୍କ ରାୟର ଶୁଣାଣୀ କରାଯିବ ।
ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଦୋଷୀଙ୍କ ଡେଥ ୱାରେଣ୍ଟ କାୟମ ରହିଛି । ଆସନ୍ତା ଫେବୃଆରୀ ୧ରେ ଏହି ୪ ଦୋଷୀଙ୍କୁ ଫାଶୀ ଦିଆଯିବ ।