ବ୍ରହ୍ମପୁର (ଏଟିଆର ବ୍ୟୁରୋ): ତପ୍ତପାଣି ଘାଟି ପାଳୁଖୋଳା ବ୍ରିଜ୍ ତଳକୁ ଯାତ୍ରୀବାହି ବସ୍ ଖସି ଦୁର୍ଘଟଣାଗ୍ରସ୍ତ ଘଟିଛି । ଏତିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଉଦ୍ଧାରକାର୍ଯ୍ୟ ତ୍ୱାରାନିତ୍ୱ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ମୂତାବକ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଭୋର ୩ଟା ୩୦ ରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀବାହି ବସ୍ ଟି ରାୟଗଡା ଟିକିରିରୁ ବ୍ରହ୍ମପୁର ଆସୁଥିବା ସମୟରେ ନିୟନ୍ତ୍ରଣ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣା ବ୍ରେକ୍ ଫେଲ୍ ହୋଇଥିବା ଯୋଗୁଁ ଘଟିଥିବା କୁହାଯାଉଛି । ବସ୍ ରେ ୫୦ ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି । ଦୁର୍ଘଟଣା ଘଟିବା ପରେ ବ୍ରିଜ୍ ତଳେ ପାଣି ଏବଂ ଘନ ଜଙ୍ଗଳ ଥିବା ହେତୁ ଉଦ୍ଧାର କାର୍ୟ୍ୟ କରିବା ପାଇଁ ଅଗ୍ନିଶମ ବିଭାଗ ଟିମ୍ କୁ ବାଧା ଉପୁଜିଥିଲା ।