ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ): କିଛିମାସ ହେବ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା ଏପ୍ରିଲ ୩୦ଏହାକୁ ଖୋଲାଯିବ । ଉତ୍ତରାଖଣ୍ଡର ହିମାଳୟ ପାଦଦେଶରେ ଅବସ୍ଥିତ ବଦ୍ରିନାଥଙ୍କ ଦର୍ଶନ ନିମନ୍ତେ କାହୁଁ କେତେ ଦୂରରୁ ଭକ୍ତ ଛୁଟି ଆସିଥାନ୍ତି । ପ୍ରତିବର୍ଷ ଶୀତୠତୁ କାରଣରୁ ଏଠାକାର ସ୍ଥାନ ବରଫ ଚାଦରରେ ଆଚ୍ଛାଦିତ ହୋଇଯାଉଥିବାରୁ ଏହି ସମୟରେ ବଦ୍ରିନାଥ କବାଟ ବନ୍ଦ କରାଯାଇଥାଏ। ଖାଲି ସେତି କି ନୁହେଁ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ତାରିଖରେ ଏହି କବାଟ ବନ୍ଦ ହୋଇଥାଏ।
ତେବେ ଆଜି ବସନ୍ତ ପଞ୍ଚମୀ ଅବସରରେ ଟିହରି ଜିଲ୍ଲାର ନରେନ୍ଦ୍ରନଗର ସ୍ଥିତ ଟିହରି ରାଜଦରବାରର ଜ୍ୟୋତିର୍ବିଦ୍ ଏହି ତିଥି ବାହାର କରିଥିବା ଜଣାପଡ଼ିଛି। ଜ୍ୟୋତିର୍ବିତଙ୍କ ଏହି ତିଥି ଅନୁଯାୟୀ ଆସନ୍ତା ଏପ୍ରିଲ ୩୦ ମନ୍ଦିରକୁ ଖୋଲା ଯିବା ନେଇ ସୂଚନା ମିଳିଛି । ଏପ୍ରିଲ ୩୦ରେ ପଡୁଥିବା ବ୍ରହ୍ମ ମୁହୂର୍ତ୍ତରେ ଭଗବାନ ଶିବଙ୍କର ମହାଭିଷେକ କରାଯିବ । ତେବେ ଭଗବାନଙ୍କ ଅଭିଷେକ ସମୟରେ ବ୍ୟବହାର କରାଯିବାକୁ ଥିବା ରାଶି ତେଲକୁ ପେଡିବା ପାଇଁ ଏପ୍ରିଲ ୧୮ତାରିଖକୁ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ଗତବର୍ଷ ନଭେମ୍ବର ୧୭ ବିଜୟା ଦଶମୀ ଅବସରରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ଦିରର କବାଟକୁ ବନ୍ଦ କରିଦିଆଯାଇଥିଲା ।