ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ଜାନୁଆରୀ ୨ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ନିପାଣିଆ ଗ୍ରାମ ନିକଟ ଖୋଳା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ଯାଇଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ସମୟରେ ବୁଡି ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ଦେବଦୂତ ସାଜିଥିଲେ ନିପାଣିଆ ଗ୍ରାମର ଦୁଇ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ।
ଦୁଇ ଭଡଣୀ ନିଜ ଜୀବନକୁ ବାଜି ଲଗାଇ ନଦୀରେ ପହଁରୀ ୧୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ଏଥିପାଇଁ ଦୁଇ ଭଉଣୀଙ୍କୁ ସାରା ରାଜ୍ୟରୁ ପ୍ରଶଂସାର ସୁଅ ଛୁଟିଥିଲା । ତେତେ ଦୁହିଁଙ୍କ ସାହାସିକତା ପାଇଁ ଜାନୁଆରୀ ୨୬ ତାରିଖ ଦିନ ଜାତୀୟ ସାହାସିକତା ପୁରସ୍କାର ମିଳିଛି । ସେହିପରି ଅନ୍ୟ ଜଣେ ଝିଅ ଶ୍ରୀମତୀ ବାଦ୍ରାଙ୍କୁ ମଧ୍ୟ ଜାତୀୟ ସାହାସିକତା ପୁରସ୍କାର ମିଳିଛି ।
୩ଜଣ ଝିଅ ପୁରସ୍କାର ଗ୍ରହଣ କରି ଓଡିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଲୋକସେବା ଭବନ ଠାରେ ୩ ଜଣ ଝିଅଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା ଦେବା ସହ ପ୍ରତ୍ୟକଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।