ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କୋରନା ଭାଇରସ ଟେନସନ ଦେଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗ୍ଲୋବାଲ ଏମର୍ଜେନ୍ସି (ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ ) ଘୋଷଣା କରିବା ଏବେ ଚିନ୍ତା ଆହୁରି ଅଧିକ ବଢିଛି । ଡବ୍ଲୁଏଚଓ ଏହି ଘୋଷଣା କରିବା ପରେ ବିଭିନ୍ନ ଦେଶ ଚୀନରେ ଥିବା ନିଜ ଦେଶର ନାଗରିକ ମାନଙ୍କୁ ଫେରାଇ ନେବାକୁ ପକ୍ରିୟା ଆରମ୍ଭ କରି ଦେଇଛି । କରୋନା ଭାଇରସର ମୃତ୍ୟୁ ସଂଖ୍ୟା ଚୀନରେ ୨୧୩ ରେ ପହଞ୍ଚିବା ନେଇ ଚୀନର ସ୍ୱାସ୍ଥ୍ୟ ଅଧିକାରୀମାନେ ଘୋଷଣା କରିବା ପରେ ଡବ୍ଲୁଏଚଓ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍କଟ ବୋଲି ଘୋଷଣା କରିଛି ।
ଗତକାଲି ଏହି ଭାଇରସରେ ଆକ୍ରାନ୍ତ ହୋଇ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୦୦୦ ଟପି ଯାଇଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଘୋଷଣା କରିବା ପରେ ଚୀନର ହୁଆନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ପକ୍ରିୟା ଆରମ୍ଭ କରିଛି । ଏହି ଅବସରରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଚୀନର ହୁଆନ ଯାତ୍ରା କରିଛି । ସେଠାରୁ ୪୦୦ ଲୋକଙ୍କୁ ଭାରତ ଅଣାଯିବ । ଆଜି ରାତି ୨ ଟା ବେଳେ ଏହି ବିମାନ ଭାରତ ଫେରିବ । ଦେଶର ପ୍ରଥମ କରୋନା ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଥିବା ବେଳେ ଏବେ ଦିଲ୍ଲୀରେ ରହିଥିବା ଜଣା ପଡିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣ ଭାରତୀୟଙ୍କୁ ଯାଞ୍ଚ କଲାବେଳେ ସେମାନଙ୍କ ଦେହରେ କରୋନା ଭାଇରସ ଥିବା ଲକ୍ଷଣ ଦେଖା ଦେଇଛି ।