ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟ କରିଥିବା ପିଟିସନର ଶୁଣାଣୀ ହୋଇଛି । ଆସନ୍ତା କାଲି ଫାଶୀ ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । କେବେ ଫାଶୀ ଦିଆଯିବ ସେନେଇ ସୁପ୍ରିମକୋର୍ଟ ତାରିଖ ମଧ୍ୟ ଘୋଷଣା କରି ନାହାନ୍ତି ।
ପୂର୍ବରୁ ଜାନୁଆରୀ ୨୨ରେ ୪ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଦୋଷୀମାନେ ଆଇନର ଗଳାବାଟ ଦେଇ ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଥିଲେ । ଏହାପରେ କୋର୍ଟ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧ରେ ଦୋଷୀମାନଙ୍କର ଫାଶୀ ସ୍ଥିର କରିଥିଲେ । କିଛି ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ୪ଦୋଷୀଙ୍କ ଡେଥ ୱାରେଣ୍ଟ ମଧ୍ୟ କାୟମ ରହିଥିଲା ।
ହେଲେ ବର୍ତ୍ତମାନ ଏହି ଦୋଷୀମାନେ ପୁଣି ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି । ଭିନ୍ନ ଭିନ୍ନ ବାହାନାରେ ଏହି ଅପରାଧୀମାନେ ଆମ ବିଳମ୍ବ ନ୍ୟାୟିକ ବ୍ୟବସ୍ଥାର ଫାଇଦା ଉଠାଇବାରେ ସଫଳ ହୋଇଛନ୍ତି ।
ଆସନ୍ତା କାଲି ଭୋର ୬ଟାରେ ୪ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିବା ବେଳେ ଶେଷ ମୂହୁର୍ତ୍ତରେ ଦୋଷୀମାନେ ପୁଣି ଆଇନର ଗଳାବାଟ ଦେଇ ବଞ୍ଚିଯାଇଛନ୍ତି ।
ଅନ୍ୟପଟେ ଫାଶୀ ଘୁଞ୍ଚିବା ନେଇ ସାଧାରଣ ଲୋକଙ୍କ ମନରେ ଭାରତର ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ନିର୍ଭୟା ଗଣଦୁଷ୍କର୍ମ ଭଳି ଲେଶମହର୍ଷଣକାରୀ ଅପରାଧ କରିଥଇବା ଏହି ଦୋଷୀମାନଙ୍କୁ କେବେ ଏମାନଙ୍କ ଅପରାଧ ପାଇଁ ଶାସ୍ଥି ଦିଆଯିବ ସେନେଇ ପୁରା ଭାରତର ଲୋକମାନଙ୍କ ମନରେ ବଡ ପ୍ରଶ୍ନ ହେଇ ଉଙ୍କୀ ମାରୁଛି ।