ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ବିଜେପି ଅସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ଏଥି ସହିତ ନୀତିନ ଗଡକାରୀଙ୍କ କହିବା ଅନୁଯାଇ ଦିଲ୍ଲୀର ଉନ୍ନତି କରିବାର କ୍ଷମତା କେବଳ ଭାରତୀୟ ଜନତା ପାର୍ଟି ପାଖରେ ଅଛି ।
ଆସନ୍ତା ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଗୁଡିକ ଜୋରସୋରରେ ପ୍ରଚାର କରୁଛନ୍ତି ।
ତେବେ ବିଜେପିର ନିର୍ବାଚନ ସଂକଳ୍ପ ଅନୁଯାଇ ନିର୍ବାଚନ ଜିତିଲେ ଦିଲ୍ଲୀରେ ବିଜେପି ସରକାର ଦିଲ୍ଲୀ ବାସୀଙ୍କୁ ମାତ୍ର ଦୁଇ ଟଙ୍କାରେ ୧କିଲୋ ଅଟା ଯୋଗାଇ ଦେବା ସହିତ ଛାତ୍ରମାନଙ୍କୁ ଇଲେକଟିକ ସ୍କୁଟି, ୯ମ ଶ୍ରେଣୀର ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ସାଇକେଲ, ପ୍ରତି ଘରେ ସ୍ୱଚ୍ଛ ପାଣି, ୧୦ଟି ନୂଆ ସ୍କୁଲ ଓ ୨୦୦ ନୂଆ କଲେଜ ପ୍ରତିଷ୍ଠା କରିବା ପାଇଁ ଆହୁରି ଅନେକ ସଂକଳ୍ପ କରିଛି ବିଜେପି ।