ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାସ୍ତାରେ ଗାଈଗୋରୁ ବୁଲିଲେ ଜରିମାନା ଗଣିବେ ମାଲିକ । ଏଭଳି ଏକ କଡା ନିଷ୍ପତି ଗ୍ରହଣ କରିଛି ଭୁବନେଶ୍ୱର ମାହାନଗର ନିଗମ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦିନକୁ ଦିନ ଗାଈଗୋରୁ ମାନଙ୍କର ପାର୍ଦୁଭାବ ବଢିବାରେ ଲାଗିଛି । ରାଜରାସ୍ତାରେ ପଲ ପଲ ହୋଇ ଗାଇ ଗୋରୁ ମାନେ ବୁଲୁଛନ୍ତି । ଏମାନଙ୍କ ଯୋଗୁ ଟ୍ରାଫିକ ଜାମ ହେବ ସହ ଦୁର୍ଘଟଣା ଘଟୁଛି । ଏହାକ୍ୁ ନଜରରେ ରଖି ଗତକାଲି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ଗାଇଗୋରୁ ରାସ୍ତାରେ ବୁଲିବାକୁ ନେଇ ଅଲୋଚନା କରାଯାଇଥିଲା ।
ସୂଚନା ଅନୁସାରେ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ, ଆସନ୍ତା ମାର୍ଚ୍ଚ ମାସଠୁ ଗୃହପାଳିତ ଗାଈଙ୍କୁ ରାସ୍ତା ଉପରେ ଦେଖିଲେ ବିଏମସିର ସ୍ୱତନ୍ତ୍ର ସ୍କ୍ୱାଡ୍ ଧରିନେବ । ଏହି ଗାଈକୁ କାଞ୍ଜିଆହୁଦାରେ ୩ ଦିନ ରଖାଯିବ । ମାଲିକମାନେ ସେଠାରୁ ୫୦୦୦ ଜରିମାନା ଦେଇ ସେମାନଙ୍କର ଗାଈ ନେଇପାରିବେ । ତେବେ ୨ୟ ଥର ପାଇଁ ଗାଈ ଧରା ପଡିଲେ ସମ୍ପୃକ୍ତ ମାଲିକଙ୍କୁ ଆଉ ଗାଈଟିକୁ ଫେରିପାଇବେ ନାହିଁ । ତାହାକୁ ନିକଟ ଜିଲ୍ଲାର ଗୋପାଳନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ ବୋଲି ବିଏମସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ ସୂଚନା ଦେଇଛନ୍ତି ।