ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଲୋକସଭାରେ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କଣ ରହିଛି ଏଥର ସାଧାରଣ ବଜେଟରେ ପରିବହନ ଭିତ୍ତି ଓ ଏସଟି, ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ବଜେଟ ।
-ପରିବହନ ଭିତ୍ତି ଭୂମି ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଡାଣ ଯୋଜନା ଅନୁସାରେ ସାରା ଦେଶରେ ୨୦୨୪ ସୁଦ୍ଧା ୧୦୦ଟି ନୂଆ ଏୟାରପୋର୍ଟ ନିର୍ମାଣ ହେବ । ୨୦୨୩ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ୱେର କାମ ସରିବ । ଏହା ସହ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ୱେର କାମ ଆରମ୍ଭ ହେବ । ରେଳ ଟ୍ରାକ ନିକଟରେ ସୋଲାର ପ୍ୟାନେଲ ନିର୍ମାଣ କରାଯିବ । ଆଇକନିକ ସ୍ଥଳଗୁଡିକ ଯୋଗାଯୋଗ କରିବା ପାଇଁ ଦେଶରେ ଅଧିକ ପରିମାଣରେ ତେଜସ ଟ୍ରେନ ଚଳାଚଳ କରିବ ।
-ଏସଟି, ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ୧,୩୮,୭୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ ୮୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ବଜେଟରେ ୯,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଣ୍ଠି ବାବଦକୁ ୫୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସରକାର ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆଦିବାଦୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।