ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ନୂତନ ଗଠିତ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ୫,୯୫୮ କୋଟି ଟଙ୍କା ମିଳିବ ବୋଲି ସୀତାରମଣ ଘୋଷଣା କରିଛନ୍ତି ।
ତେବେ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୦-୨୦୨୧ରେ ୩.୭୫୭ କୋଟିର ଆବଣ୍ଟନ କରାଯିବ । ଏହା ସହ ୨୦୨୨ ମସିହାରେ ଭାରତ ଜି-୨୦ ସମ୍ମୀଳନୀର ଆୟୋଜନ କରିବ । ଏହି ସମ୍ମୀଳନୀ ପାଇଁ ସରକାରଙ୍କ ପକ୍ଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।