ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବୀମା କମ୍ପାନୀ LICର ଅଂଶଧର ବିକ୍ରି କରିବେ କେନ୍ଦ୍ର ସରକାର । LICର ଆଇପିଓ ଏବେ ଜାରି କରିବେ ସରକାର । ସୂଚନାନୁଯାୟୀ ଗତକାଲି, ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ ଏନେଇ ସୂଚନା ପ୍ରଦାନ କରିଛନ୍ତି । ତେବେ ସରକାର LICର କେତେ ଅଂଶ ବିକ୍ରି କରିବେ ସେନେଇ ସୂଚନା ଦେଇନାହାନ୍ତି । ଅନ୍ୟପଟେ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧୀ ସାଂସଦ ମାନେ ତୀବ୍ର ବିରୋଧ କରିଥିଲେ ।
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ସରକାର LIC ସହିତ IDBI ବ୍ୟାଙ୍କରେ ମଧ୍ୟ ନିଜର ଶେଷ ଅଂଶଧନ ବିକ୍ରି କରିବେ । ସରକାରଙ୍କର ଏହି ନିଷ୍ପତ୍ତି ପରେ ଶେୟାର ମାର୍କେଟିଂରେ LICର ଅଂଶଧନ ଲିଷ୍ଟିଂ ହେବ । ତେବେ ସରକାରଙ୍କର ୧୦୦ ପ୍ରତିଶତ ଅଂଶଧନ LICରେ ରହିଛି । ସରକାର ଏହି ଶେୟାର ବିକ୍ରି କରିବା ଫଳରେ ଘରୋଇ କମ୍ପାନୀ ମାନେ ମଧ୍ୟ ଏଥିରେ ଶେୟାର ଲଗାଇ ପାରିବେ । ସରକାର ଅଶଂ ଧନ ବିକ୍ରି କରିବା ଫଳରେ ଯେଉଁ ଅର୍ଥ ପାଇବେ ତାହାକୁ ଅନ୍ୟ ଠାରେ ନିବେଶ କରିବେ । ଯଦି LIC କମ୍ପାନୀକୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ ତାହାଲେ ନିଶ୍ଚିତ ଭାବେ ଏହା ଦେଶର ସବୁଠାରୁ ବଡ ତାଲିକାଭୁକ୍ତ କମ୍ପାନୀ ହେବ । ଏହାପରେ LIC ବଜାର ପଞ୍ଜିକରଣ ବି ସବୁଠାରୁ ଅଧିକ ହୋଇଯିବ ।