ଲକ୍ଷ୍ନୌ(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗକୁ ଦୃଢ କରିବା ପାଇଁ ବହୁ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କିଭଳି ଆମର ଯବାନ ମାନେ ଶତ୍ରୁ ମାନଙ୍କ ସହ ଲଢିପାରିବେ ସେନେଇ ନୂଆ ନୂଆ ଯୁଦ୍ଧ ବିମାନ ଓ ସରଞ୍ଜାମ ତିଆରୁ କରୁଛନ୍ତି ସରକାର । ଏଣିକି ଆଉ ଯୁଦ୍ଧ ବିମାନକୁ କକ୍ ପିଟ୍ରେ ବସି ନିୟନ୍ତ୍ରଣ କରିବାକୁ ପଡିବ ନାହିଁ । ଭାରତ ନିଜ ଜ୍ଞାନ କୌଶଳ ଦ୍ୱାରା ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍ ପ୍ରସ୍ତୁତ କରିପାରିଛି । ହିନ୍ଦୁସ୍ତାନ ଏରୋନ୍ୟୁଟିକାଲ ଲିମିଟେଡ୍ ର ବୈଜ୍ଞାନିକ ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ଏକ୍ସପୋରେ ଏହାକୁ ପ୍ରର୍ଦଶନ କରାଯିବ ।
ଏହି ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ ସିଷ୍ଟମ୍ ଦ୍ୱାରା ପାଇଲଟଙ୍କ କଥା ଅନୁସାରେ ଯୁଦ୍ଧ ବିମାନ ଗୁଡିକ ସଂଗେ ସଂଗେ ଶତ୍ରୁ ମାନଙ୍କ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ହେବ । ଏହା ଦ୍ୱାରା ଭବିଷ୍ୟତରେ ପାଇଲଟ ମାନଙ୍କୁ ଯୁଦ୍ଧ କରିବାରେ ସହଜ ହେବ । ଏହି ସିଷ୍ଟମ ନାସିକ୍ ଡିଭିଜନରେ ଯୁଦ୍ଧ ବିମାନ ସୁଖୋଇ-୩୦ କକ୍ ପିଟ୍ରେ ବ୍ୟବହାର କରାଯାଇଛି । ଏହି ସିଷ୍ଟମକୁ ଏଚଏଏଲର ବେଙ୍ଗାଲୁରୁ, ଲକ୍ଷ୍ନୌ ଡିଭିଜନ୍ ସହିତ ଅନ୍ୟ ଡିଭିଜନ୍ ସହାୟତା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି ।