ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଣି ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରି ଦେଇଛି । ସବୁବେଳେ ଭାରତକୁ ନିଜ ଆକାଶ ପଥ ବନ୍ଦ କରୁଥିବା ପାକିସ୍ତାନ ଏବେ ନିଜେ ଭାରତ ଆକାଶ ପଥ ଦେଇ ଯିବନାହିଁ ବୋଲି ନିଜ ଆଡୁ ନିଷ୍ପତ୍ତି ନେଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏଇ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ ମ୍ୟାଲେସିଆ ଗସ୍ତ କରିବେ । ଏହି ଅବସରରେ ସେ ଭାରତ ଆକାଶପଥ ଦେଇ ମାଲସିଆ ଗସ୍ତ କରିବେ ନାହିଁ । ସେଠାରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ଇମ୍ରାନ କାଶ୍ମୀର ପ୍ରସଙ୍ଗ ଆଲୋଚନା କରିବେ । ତେଣୁ ସେ ଯିବା ସମୟରେ ଭାରତର ଆକାଶପଥ ବ୍ୟବହାର କରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ କାର୍ୟ୍ୟାଳୟ ମୁଖପାତ୍ରୀ ଐଶା ।
ସୂଚନାଯୋଗ୍ୟ ଗତ ଫେବୃଆରୀ ମାସ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅଧିକ ଉତ୍ତେଜିତ ହୋଇ ପଡିଛି । ଯାହାଫଳରେ ଭାରରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ପାକିସ୍ତାନ ତାର ଆକାଶ ସୀମାକୁ ସିଲ କରି ରଖିଥିଲା । ଏବଂ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନ ଆକାଶ ସୀମା ଦେଇ ଉଡିପାରିବେ ନାହିଁ ବୋଲି ପାକିସ୍ତାନ ସିଧାସିଧା ମନା କରି ଦେଇଥିଲା ।