ପୁରୀ ( ଏଟିଆର ବ୍ୟୁରୋ): ଏଇ ନିକଟରେ ଚନ୍ଦ୍ରଭାଗା ନିକଟରେ ହୋଇଥିବା ଏକ ବସ ଦୂର୍ଘଟଣାରେ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ସାଧାରଣ ଲୋକେ ପିଟିଥିଲେ । ଯାହାର ପ୍ରତିବାଦରେ ନୀଳଗରି ମୋଟର କର୍ମଚାରୀ ସଂଘ ଆଜି ପୁରୀରେ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । ପୁରୀରେ ଚଳାଚଳ କରୁଥିବା ପ୍ରାୟ ୨୦୦ ବସର ୮୦୦ କର୍ମଚାରୀ ଏହି ନିଷ୍ପତ୍ତି ନେଇଥିଲେ । ପୁରୀ କୋଣାର୍କ, ପୁରୀ ଭୁବନେଶ୍ୱର, ପୁରୀ ସାତପଡା ସମେତ ଅନ୍ୟ କେତେକ ରୁଟରେ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ । ସେମାନଙ୍କ ଦାବି ରହିଥିଲା ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ହୋଇଥିବା ଦୂର୍ଘଟଣାରେ ଡ୍ରାଇଭର ଏବଂ ହେଲପରଙ୍କୁ ମାଡ ହୋଇଥିଲା ତାହାର ଅଧିକ ତଦନ୍ତ ।
ଏଥିରେ ଷୋଳପୁଅମା ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପୋଲିସ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା କର୍ମଚାରୀମାନେ ଦାବି କରୁଛନ୍ତି । ମାତ୍ର ଏହି ଘଟଣାରେ ପୁରୀ ଉପଜିଲ୍ଲାପାଳ, ଆରଟିଓ ଏବଂ ଅତିରିକ୍ତ ଏସପିଙ୍କ ହସ୍ତକ୍ଷେପ ପରେ ନୀଳଗିରି ମୋଟର କର୍ମଚାରୀ ସଂଘ ଧର୍ମଘଟରୁ ଓହରିଛି । ୭ ଦିନ ମଧ୍ୟରେ‘ଷୋଳପୁଅ ମା’ ବସ ଡ୍ରାଇଭର ଅର୍ଜୁନ ମହାକୁଡଙ୍କ ହତ୍ୟା ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଧର୍ମଘଟକୁ ବନ୍ଦ କରାଯାଇଛି । ଆଜି ପୁରୀକୁ ବସ ଚଳାଚଳ ସ୍ୱାଭାବିକ ହୋଇଛି ।