କଟକ (ଏଟିଆର ବ୍ୟୁରୋ): ଏସିବି ମେଡିକାଲ କଲେଜ ଚତୁପାର୍ଶରୁ ଉଚ୍ଛେଦ ଆରମ୍ଭ ହୋଇଛି । ବଡ ମେଡିକାଲର ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ ପ୍ରଶାସନ ଓ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଏହି ଏହି ଉଚ୍ଛେଦ କରାଯାଉଛି । ଆଜି ପ୍ରଥମ ପର୍ଯ୍ୟାୟରେ ଯୋବ୍ରାନିକଟରେ ଥିବା ମାଛ ମାର୍କେଟ ଏରିଆରୁ ଉଚ୍ଛେଦ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଠାରେ ଥିବା କ୍ୟାବିନ ଓ ଝୁମ୍ପୁଡି ଦୋକାନକୁ ଜେସିବି ମାଧ୍ୟମରେ ଭାଙ୍ଗି ଦିଆଯାଉଛି ।
ଆଜି ସକାଳ ୧୧ ଟା ପର୍ଯ୍ୟନ୍ତ ଏହି ଉଚ୍ଛେଦ ଚାଲିବ । ସୂଚନାଯୋଗ୍ୟ କଟକ ବଡ ମେଡିକାଲ ସଂପ୍ରସାରଣ ହେବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ଏହି ଉଚ୍ଛେଦରେ ପ୍ରଭାବିତ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ଏହି ଉଚ୍ଛେଦରେ ପାଖାପାଖି ୩୦୦ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ସୂଚନା ମିଳିଛି ।