କଳାହାଣ୍ଡି (ଏଟିଆର ବ୍ୟୁରୋ): ଆଇସିଏଆଇ ଇଣ୍ଟର ମିଡିଏଟ ଓ ଫାଉଣ୍ଡେସନ ପରୀକ୍ଷାରେ ସର୍ବଭାରତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡିଆ ଝିଅ । ପୁଣି ଜାତୀୟସ୍ତରରେ ଚମକିଲେ ଓଡିଆ ଝିଅ । ଗତ ନଭେମ୍ବର ମାସରେ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ହୋଇଥିବା ଇଣ୍ଟର ମିଡିଏଟ ଓ ଫାଉଣ୍ଡେସନ ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କଳାହାଣ୍ଡି ଝିଅ ସାଇନା ଅଗ୍ରୱାଲ । ଗତକାଲି ଇଣ୍ଟର ମିଡିଏଟ ଓ ଫାଉଣ୍ଡେସନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।
ସର୍ବଭାରତୀୟ ସ୍ତରରେ ଓଡିଆ ଝିଅ ସାଇନା ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିବାର ପରେ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସାଇନା ମୋଟ ୪୦୦ ମାର୍କ ରୁ ୩୬୫ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ସାଇନାଙ୍କ ଘର କଳାହାଣ୍ଡି ଜିଲ୍ଲାର ଜୁନାଗଡର ଠାରେ ହୋଇଥିବା ବେଳେ ସେ ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ବିଭାଗରେ ପାଠ ପଢୁଛନ୍ତି । ଏହି ପରୀକ୍ଷା ନିମନ୍ତେ ସାଇନା ପ୍ରତିଦିନ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ । ଭବିଷ୍ୟତରେ ସେ ସର୍ବଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ହେବାକୁ ଳକ୍ଷ୍ୟ ରଖିଛନ୍ତି ବୋଲି ସାଇନା ନିକ ପ୍ରତିକ୍ରିୟାରରେ କହିଛନ୍ତି ।