ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ଏବେ କରୋନା ଭାଇରସ ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ଏଇ ଭାଇରସ ଏବେ ପର୍ଯ୍ୟନ୍ତ ୫୦୦ ରୁ ଅଧିକ ମୁଣ୍ଡ ନେଇ ସାରିଲାଣି । ତେବେ ଏହି ଭାଇରସର ଭୟରେ ଏବେ ଚୀନର ଜଣେ ଯୁବତୀ ଭାରତରେ ବିବାହ କରିଛନ୍ତି । ପଶ୍ଚିମବଙ୍ଗଳାର ମେଦିନାପୁରରେ ଏହି ଘଟଣା ଘଟିଛି । ଚାଇନାରେ ରହୁଥିଲେ । ଚାଇନାର ଜିୱା ନାମକ ଜଣେ ଯୁବତୀ ପଶ୍ଚିମବଙ୍ଗରେ ରହି ଆସୁଥିଲେ । ଏହି ଭିତରେ ତାଙ୍କର ମେଦିନାପୁରର ପିଣ୍ଟୁ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ହୋଇଥିଲା ।
ସେମାନେ ଏଇ ନିକଟରେ ଭାରତରେ ବିବାହ କରିଛନ୍ତି । ଏବେ ଚୀନରେ କରୋନା ଭାଇରସ ମାଡି ଚାଲିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସମସ୍ତ ବିମାନ ସସପେଣ୍ଡ ରହିଛି । ତେଣୁ ଜିୱାଙ୍କ ପକ୍ଷରୁ କେହି ବିବାହ ଉତ୍ସବରେ ଯୋଗଦେଇ ପାରିଲେ ନାହିଁ । ମାତ୍ର ଚୀନରେ ପରିସ୍ଥିତିରେ ସୁଧାର ଆସିଲେ ସେମାନେ ଚାଇନା ଯିବେ ବୋଲି କହିଛନ୍ତି । କନ୍ୟା କହିଛନ୍ତି ଭାରତୀୟ ରୀତିନୀତିରେ ସେ ବିବାହ କରିଥିବାରୁ ଖୁସୀ ଅଛନ୍ତି । ସେ ଚାଇନା ଗଲେ ସେଠାରେ ଗୋଟେ ସ୍ୱତନ୍ତ୍ର ବିବାହ ଆୟୋଜନ କରିବେ । ସୂଚନାଯୋଗ୍ୟ ଚାଇନାରେ ଏବେ ରେଜେଷ୍ଟ୍ରି ମ୍ୟାରେଜ ବନ୍ଦ ରହିଛି ।