ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ କୋହଲା ପାଗ ଜାରି ରହିଛି । ଆଜି ସକାଳୁ ପାଗ ମେଘାଚ୍ଛନ୍ନ ରହିିଛି । ଗତକାଲି ମଧ୍ୟ ଦିନ ତମାମ ପାଗ କୋହଲା ରହିଥିଲା । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ଏମିତି କୋହଲା ରହିବା ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଭ୍ୟନ୍ତରଣ ଓଡିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା କରାଯାଉଛି । ଏହି ସମୟ ମଧ୍ୟରେ କୋହଲା ପବନ ମଧ୍ୟ ହୋଇପାର ।
ଏନେଇ ୫ ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣି ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳ । ମେଘ ସରିବା ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିପାରେ । ଅନ୍ୟପଟେ ବର୍ଷା ନେଇ ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବଜ୍ରପାତ ଓ ବର୍ଷା ଯୋଗୁ ଜିଲ୍ଲାପାଳ ମାନଙ୍କୁ ଅଲର୍ଟ ରହିବାକୁ କୁହାଯାଇଛି । ଘନ କୁହୁଡି ଯୋଗୁ ରାତିରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇପାରେ ।