ନୂଆଦିଳ୍ଲୀ ( ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବା ପରେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହା ଉପରେ ଆଜି ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ । ସରକାର ଆବେଦନରେ ଉଲ୍ଲେଖ କରିଛନ୍ତି ଯେଉଁ ଅଭିଯୁକ୍ତଙ୍କର ସମସ୍ତ ନ୍ୟାୟିକ ପକ୍ରିୟା ଶେଷ ହୋଇ ସାରିଛି ତେଣୁ ବିଳମ୍ବ ନକରି ଫାଶୀ ଦିଆଯାଉ । ତେବେ ସରକାରଙ୍କ ଏହି ଆବେଦନର ଶୁଣାଣି ଦୋଷୀଙ୍କ ଫାଶୀ ତାରିଖ ନିର୍ଦ୍ଧାରଣ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି କୁହାଯାଉଛି । ଏହି ୪ ଅଭିଯୁକ୍ତଙ୍କ ନାମରେ ଦୁଇଥର ଡେଥ ୱାରେଣ୍ଟ ଜାରି ହୋଇ ସାରିଲାଣି ।
ମାତ୍ର ଅଭିଯୁକ୍ତ ବିଭିନ୍ନ ଆଳ ଦେଖାଇ ଏହାକୁ ଘୁଞ୍ଚାଇ ଚାଲିଛନ୍ତି । ଅଭିଯୁକ୍ତଙ୍କ ୩ ୟ ଡେଥ ୱାରେଣ୍ଟ ଜାରି କରିବାକୁ ତିହାର ଜେଲ କତ୍ତୃପକ୍ଷ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । ତେବେ ଏଇ ନିକଟରେ ଏହି ମାମଲାରେ ଏକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଥିଲେ ସମସ୍ତ ୪ ଦୋଷୀଙ୍କ ନ୍ୟାୟିକ ପକ୍ରିୟା ଶେଷ ହେବା ପରେ ସମସ୍ତଙ୍କୁୂ ଏକକାଳୀନ ଫାଶୀ ଦିଆଯିବ । ଏବେ ୩ ଜଣଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ସେମାନଙ୍କୁ ଆଗ ଫାଶୀ ଦିଆଯାଉ ବୋଲି କେନ୍ଦ୍ର ସରକାର ଆବେଦନ କରିଛନ୍ତି ।