ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୦-୨୧ବର୍ଷ ପାଇଁ ରାଜ୍ୟ ବଜେଟ ଆସନ୍ତା ୧୮ ତାରିଖରେ ବଜେଟ ଉପସ୍ଥାପନ କରିବାକୁ ଥିବା ବେଳେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ତେବେ ଲୋକସଭା ଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ ହୋଇଛି । ଏହାଛଡା ଓଡିଶା ସିଭିଲ ସର୍ଭିସ ରୂଲ ସଂଶୋଧନ ହେବା ସହ ଓଡିଶା ସିଭିଲ ରିହାବିଲିଟେସନ ବିଲ ଆସିବା ନେଇ ଏହି ବୈଠକରେ ଅନୁମୋଦନ ହୋଇଛି ।
ଏଣିକି ବିଭିନ୍ନ ଗରୁଫର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗରୁଫ ଡି ପଦବୀରେ ଚାକିରୀ ମିଳିବ । ପୂର୍ବରୁ ୧୦ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଏବେ କିନ୍ତୁ ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ତାଙ୍କ ପରିବାର ଲୋକଙ୍କୁ ଗରୁଫ ଡି ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସୁନ୍ଦରଗଡର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥବବା ଜଣାପଡିଛି । ତେବେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୩୪୪କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩ଟି ବ୍ଲକର ସବୁ ଗାଁକୁ ପାଣି ଦିଆଯିବ ।
ଅନ୍ୟପଟେ କୁଅଁରମୁଣ୍ଡା ବ୍ଲକ ପାଇଁ ହେବାକୁ ଥିବା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା ଯାହାଫଳରେ ଏହି ପ୍ରକଳ୍ପ ଦ୍ୱାରା ୨ ଲକ୍ଷ ଲୋକ ଉପକୃତ ହେବେ । ସେହିଭଳି ଝଞଚଓ ର ଯେକୌଣସି ଜାଗାରେ କେନ୍ଦ୍ର ହେଲେ ୩ ଏକର ପର୍ୟ୍ୟନ୍ତ ପ୍ରିମୀୟମ ମାଗଣା ଦିଆଯିବ ବୋଲି ବୈଠକରେ ଅନୁମୋଦନ ଲାଭ କରିଛି । ଓଡିଶା ଖଣି ନିଗମର ଦୀର୍ଘ ମିଆଦୀ ଲିଂକେଜକୁ ମିଳିଲା ଅନୁମୋଦନ ବିଧାନସଭା ତୃତୀୟ ଅଧିବେଶନକୁ ମଧ୍ୟ ମଞ୍ଜୁରୀ ମିଳିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ରିପୋର୍ଟକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି ।