ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପତ୍ତିଜନକ ବିଜ୍ଞାପନରେ ଲାଗିବ ରୋକ । ବଡବଡ କମ୍ପାନୀମାନେ ନିଜ ସାମଗ୍ରୀକୁ ବଜାରରେ ଭଲ ବ୍ୟବସାୟ କରିବା ନିମନ୍ତେ ବିଜ୍ଞାପନ ସହାୟତା ନେଇଥାନ୍ତି । ଲୋକମାନଙ୍କର ବିଭିନ୍ନ ପରିସ୍ଥିତିର ଫାଇଦା ଉଠାଇ ଯେପରି ଅଳ୍ପ ସମୟ ଓ କିଛି ଚମତ୍କାର ଚିକିତ୍ସା ମାଧ୍ୟମରେ ଗୋରା କରିବା , ଉଚ୍ଚତା ବୃଦ୍ଧି କରିବା, ଜୈନ ଶକ୍ତି ବଢାଇବା ଏବଂ ବୁଢା ହେବାରୁ ରୋକିବା ପରି ବିଜ୍ଞାପନ ଦେଇ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି କମ୍ପାନୀମାନେ । ତେବେ ଦାବି କରୁଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ନିଜର ଅଣ୍ଟା ଭିଡିବା ସହ ନୂଆ ଆଇନ ଆଣିବାକୁ ଯାଉଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଡ୍ରାଗ୍ସ ଆଣ୍ଟ ମ୍ୟାଜିକ ରିମେଡିଜ (ଆପତ୍ତିଜନକ ବିଜ୍ଞାପନ ଅଧିନିୟମ, ୧୯୫୪)ରେ ସଂଶୋଧନ କରିବାର ଡ୍ରାଫ ପ୍ରସ୍ତୁତ କରୁଛନ୍ତି । ଏହି ନିୟମ ଅନୁସାରେ ଯଦି ଆପତ୍ତି ଜଦକ ବିଜ୍ଞାପନ ପ୍ରକାଶ ପାଏ ତେବେ ବିଜ୍ଞାପନ କରିବା ଉପରେ ପାଞ୍ଚବର୍ଷ ଜେଲ ସହ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ । ଆଇନ ଅନୁସାରେ ପ୍ରଥମ ଥର ଏହାର ଉଲ୍ଲଂଘନ କରୁଥିବା କମ୍ପାନୀ ଏବଂ ବ୍ୟକ୍ତିକୁ ଛଅ ମାସ ଜେଲ କିମ୍ୱା ଜରିମାନା କିମ୍ୱା ଉଭୟର ପ୍ରବଧାନ ରହିଛି । ଯେତେବେଳେ କି ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ଏକ ବର୍ଷର ଜେଲ ଦଣ୍ଡ ଏହଂ ଜରିମାନା ତଥା ଉଭୟ ମିଳିପାରେ ।
ଅନ୍ୟପଟେ, ସଂଶୋଧିତ ଡ୍ରାଫ୍ଟରେ ଜରିମାନା ରାଶିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରଥମ ଥର ଉଲ୍ଲଂଘନ ପାଇଁ ୧୦ ଲକ୍ଷ ଜରିମାନ ପ୍ରାବଧାନ କରାଯାଇଛି ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ପାଞ୍ଚ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜରିମାନା ହୋଇପାରେ । ସଂଶୋଧିତ ଡ୍ରାଫ୍ଟରେ ଆକ୍ଟରେ ପୂର୍ବରୁ ଥିବା ରୋଗ ସହ ଅନ୍ୟ କିଛି ରୋଗ, ବିକାରକୁ ଯୋଡା ଯାଇଛି । ଆକ୍ଟ ଅନୁସାରେ ଏଥିରେ ୭୮ ପ୍ରକାର ରୋଗ, ବିକାର କଥା ସ୍ଥିତିକୁ ଦୂର କରୁଥିବା ଉତ୍ପାଦର ବିଜ୍ଞାପନା ନହେବା ଦରକାର ।