ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଚୟନ ଫିକ୍ସିଂ ଅଭିଯୋଗ ଅଣାଯାଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ ଓ ପରୀକ୍ଷା କମିଟିରୁ ରାଜନେତାଙ୍କୁ ବାଦ ଦେବାକୁ ଦାବି କରିଛି ସଂଘ । ଗତକାଲି ବସିଥିବା ଏକ ବୈଠକରେ ଫିକ୍ସିଂ ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନାଁ ରେ ଅଭିଯୋଗ ଆଣିଥିଲେ ଦୁଇ ଜଣ କମିଟି ସଦସ୍ୟ । ଏକ ସାମ୍ବାଦିକ ସମ୍ମିଳନୀରେ ପିକ୍ସିଂକୁ ବିଭାଗୀୟ ମନ୍ତ୍ରୀ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ସାତ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।
ସୂଚନା ଅନୁସାରେ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି ଅଭିଯୋଗ ଆଣିଛନ୍ତି ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କିଛି କର୍ମଚାରୀ ଟଙ୍କା ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକାକୁ ବଦଳାଇ ଏକ ନୂଆ ତାଲିକା ପ୍ରକାଶ କରିଛି । ପୂର୍ବ ବର୍ଷ ଯେଉଁ ପରୀକ୍ଷା କେନ୍ଦ୍ର ମାନଙ୍କରେ କପି ଧରାଯାଇଥିଲା ତାହାକୁ ସ୍କ୍ରାଚ କରାଯାଇଥିଲା । ଏହା ସହ ସେହି ପରୀକ୍ଷା କେନ୍ଦ୍ର ଗୁଡିକୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର କରାନଯାଉ ବୋଲି କମିଟି ପ୍ରସ୍ତାବ ଦେଇଥିଲା । ହେଲେ କମିଟି ପ୍ରସ୍ତାବକୁ ବେଖାତିରି କରିବା ସହ କିଛି କଲେଜରୁ ଟଙ୍କା ନେଇ ନୂଆ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ବୋଲି କମିଟି ସଭ୍ୟ ଅଭିଯୋଗ କରିଛନ୍ତି ।