ଚିଲିକା(ଏଟିଆର ବ୍ୟୁରୋ): ଚିଲିକା ମଝିରେ ଫସିଲା ଭସାପୋଲ । ଗତଦୁଇ ଦିନ ହେବ ସାରା ରାଜ୍ୟରେ ଅଦିନିଆ ବର୍ଷା ହେଉଛି । ତେବେ ଆଜି ଜହ୍ନିକୁଦାରୁ ସାତପଡା ଆସିଲା ବେଳେ ଏକ ଭସାପୋଲ ପ୍ରବଳ ବର୍ଷା ଓ ପବନ ଯୋଗୁ ଚିଲିକା ମଝିରେ ଫସି ହୋଇରହିଛି । ଭସାପୋଲରେ ପାଖା ପାଖି ୮୦ ଜଣ ଯାତ୍ରୀ, ଏକ ଓଁ ନାମକ ବସ, କାର, ବାଇକ ଫସିରହିଥିବାର ଜଣାଡିଛି ।
ସୂଚନାଯୋଗ୍ୟ ଗତକିଛି ଦିନ ତଳେ କାଳିଯାଇରୁ ଫେରିବା ସମୟରେ ଚିଲିକା ମଝିରେ ଏକ ଡଙ୍ଗା ବୁଡିଯାଇଥିଲା । ଫଳରେ ୬ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ମନରୁ ନଲିଭୁଣୁ ପୁଣି ଏକ ଭସାପୋଲ ଚିଲିକା ମଝିରେ ଫସିରହିଥିବା ଦେଖିବାକୁ ମିଳିଛି ।