ବ୍ରହ୍ମପୁର(ଏଟିଆର ବ୍ୟୁରୋ): ବ୍ରହ୍ମପୁରରେ ଏକ ବସରେ କଣ୍ଟେ ଲାଗି ଯିବାରୁ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ପଡିଛନ୍ତି । ଗୋଳନ୍ଥରା ଥାନା ମେଲପୁତୁର ନିକଟରେ ଏଭଳି ଅଘଟର ଘଟିଛି । ସୂଚନା ଅନୁସାରେ ବ୍ରହ୍ମପୁର ଟୁଳୁ ନିକଟରେ ଏକ ଯାତ୍ରୀ ବାହୀ ବସରେ ୧୧ କେ.ଭି ବିଦ୍ୟୁତ ତାର ଲାଗି ଯାଇଥିଲା । ଫଳରେ ବସରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବାର ଖବର ପାଇ ଅଗ୍ନିଶମ ବିଭାଗ ସେଠାରେ ପଅଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ ଏକ ଯାତ୍ରୀ ବାହୀ ବସ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ୬୦ରୁ ଉର୍ଦ୍ଧ ଯାତ୍ରୀ ମାନେ । କେବଳ ଜଣେ ଯାତ୍ରୀ ଗୁରୁତର ଥିବା ଯଣାପଡିଛି । ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ବସ ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ ପାଇଁ ଯାଉଥିଲା ।