ନୂଆଦିଳ୍ଲୀ(ଏଟିଆର ବ୍ୟୁରୋ): ଭାରତରେ ମହିଳା ମାନେ ସବୁ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରି ପୁରୁଷଙ୍କୁ ପଛରେ ପକାଇ ଆଗକୁ ବଢିବାରେ ଲାଗିଛନ୍ତି । ଘର କାମ ଠାରୁ ଆରମ୍ଭ କରି ଜାହାଜ ଉଡାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ମାନେ ।
ମାନସିକତାରେ ଏତେ ଉନ୍ନତି ସତ୍ତ୍ୱେ ଆଜି ମଧ୍ୟ ଏମିତି କିଛି କ୍ଷେତ୍ର ରହିଛି ଯେଉଁଠି ମହିଳାମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ କରାଯାଏ ଏବଂ ପୁରୁଷଙ୍କୁ ଦାୟିତ୍ୱ ଦିଆଯାଏ । ଭାରତୀୟ ନୌସେନାରେ ଆଜି ପର୍ଯ୍ୟନ୍ତ ମହିଳା ମାନଙ୍କୁ ଜାହାଜରେ ସ୍ଥାନ ମିଳିନାହିଁ ।
ଏସବୁକୁ ମିଛ ସାବ୍ୟସ୍ଥ କରି ବିହାରର ଝିଅ ଶିବାଙ୍ଗୀ ସିଂ ଭାରତର ପ୍ରଥମ ନୌସେନା ପାଇଲଟ ଭାବରେ ନିଯୁକ୍ତ ହୋଇ ଇତିହାସ ରଚିଛନ୍ତି । ଗତ ଡିସେମ୍ବର ମାସରୁ ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶିବାଙ୍ଗୀ ।
ଛୋଟ ବେଳୁ ପାଇଲଟ ହେବାକୁ ସ୍ୱପ୍ନ ନେଖୁଥିଲେ ଶିବାଙ୍ଗୀ । ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଛନ୍ତି ସେ । ମଣିପାଲ ୟୁନିଭରସିଟିରୁ ଏମଟେକ କରୁଥିବା ଶିବାଙ୍ଗୀ ନିଜ ପ୍ରଥମ ପ୍ରଚେଷ୍ଟାରେ ଅସଫଳ ହୋଇଥିଲେ । କିନ୍ତୁ ଶିବାଙ୍ଗୀ ହାରି ନଯାଇ ଆକାଶରେ ଉଡିବା ସ୍ୱପ୍ନ କୁ ସାକାର କରିବାକୁ ଯାଇ ଦ୍ୱିତୀୟ ଥରରେ ଭାରତୀୟ ନୌସେନାରେ ପ୍ରବେଶ କରିପାରିଥିଲେ । ଏବଂ ତାଙ୍କ ପାଇଁ ଆଜି ପୁରା ଦେଶ ଗର୍ବ ଅନୁଭବ କରୁଛି ।