ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି । ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ବିଧାନସଭାକୁ ଭଙ୍ଗ କରିଛନ୍ତି ।
ଦିଲ୍ଲୀ ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିଲେ ଏବଂ ବର୍ତ୍ତମାନ ଅପେକ୍ଷା ଫଳାଫଳକୁ । ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀରେ ୭ମ ବିଧାନସଭା ଗଠିତ ହେବ ।
ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉପରାଜ୍ୟପାଳ ଅନୀଲ ବୈଜଲ ଆଜି ଦିଲ୍ଲୀର ଷଷ୍ଠ ବିଧାନସଭାକୁ ଭଙ୍ଗ କରିଛନ୍ତି । ତେବେ ପୁନଃଶ୍ଚ ରାଜଭବନ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ଦିଲ୍ଲୀରେ ନୂଆ ବିଧାନସଭା ଗଠିତ ହେବ ।