ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କୁ ବଡ ଝଟକା । ଆଜ୍ଞା ହଁ ବିନା ସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଇଣ୍ଡିଆନ୍ ଅଏଲ ୱେବସାଇଟ ଅନୁସାରେ, ଦିଲ୍ଲୀରେ ୧୪.୨ କି.ଗ୍ରା ସିଲିଣ୍ଡର ୧୪୪.୫୦ ଟଙ୍କା ବୃଦ୍ଧି ହୋଇଛି । ଏବେ ଏହାରେ ଦାମ୍ ବୃଦ୍ଧି ହୋଇ ୮୫୮.୫୦ ଟଙ୍କା ହୋଇଛି । ସେହିପରି କୋଲକାତା ୧୪୯ଟଙ୍କା ବୃଦ୍ଧି ହୋଇ ୮୯୬ ଟଙ୍କା ହୋଇଛି । ମୁମ୍ବାଇରେ ସିଲିଣ୍ଡର ପିଛା ଦର ୧୪୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଚେନ୍ନାଇରେ ଏହାର ଦାମ୍ ୧୪୭ ଟଙ୍କା ବୃଦ୍ଧି ହୋଇଛି ।
ନୂଆବର୍ଷ ଅବସରରେ ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପାଖାପାଖି ୧୯ ଟଙ୍କା ମହଙ୍ଗା ହୋଇଥିଲା । ଏହାପୂର୍ବରୁ ଗ୍ରାହକଙ୍କୁ ଦିଲ୍ଲୀରେ ୧୪.୨ କି.ଗ୍ରାର ବିନା ସବସିଡି ଯୁକ୍ତ ସିଲିଣ୍ଡର ପାଇଁ ୭୧୪ ଟଙ୍କା ଦେବାକୁ ପଡୁଥିଲା । ସେହିପରି କୋଲକାତାରେ ଏହାର ଦାମ୍ ୭୪୭ ଟଙ୍କା, ମୁମ୍ବାଇ ଏବଂ ଚେନ୍ନାଇରେ ୬୮୪.୫୦ ଏବଂ ୭୩୪ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡୁଥିଲା ।
ଅନ୍ୟପଟେ ଫେବୃଆରୀ ପ୍ରଥମ ସପ୍ତାହରୁ ୧୯ କି.ଗ୍ରା ଯୁକ୍ତ ସିଲିଣ୍ଡରର ଦାମ୍ ରେ ପରିବର୍ତ୍ତନ ହୋଇଥିଲା । ଏହାର ଦାମ୍ ଦିଲ୍ଲୀରେ ୧୪୬୬ ଟଙ୍କା, କୋଲକାତାରେ ୧୫୪୦ ଟଙ୍କା, ମୁମ୍ବାଇରେ ୧୪୬୬ ଟଙ୍କା ଏବଂ ଚେନ୍ନାଇରେ ୧୫୮୯.୫୦ ଟଙ୍କା ।