ବ୍ରହ୍ମପୁର (ଏଟିଆର ବ୍ୟୁରୋ) : ପୁଅର ଗିରଫ ପ୍ରତିବାଦରେ ବ୍ରହ୍ମପୁର ଏସିପିଙ୍କୁ ସାକ୍ଷାତ କରିବାକୁ ଯାଇ ସାକ୍ଷାତ ନମିଳିବାରୁ ଦେହରେ କିରାସିନ ଢାଳି ନିଆଁ ଲଗାଇଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତ୍ୱର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମିନାକ୍ଷୀ । ସୂଚନାନୁଯାୟୀ, ଗତ ୨୮ ତାରିଖ ଦିନ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ ପାର୍କିଂକୁ ନେଇ ଭିଷଣ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ମିନାକ୍ଷୀଙ୍କ ପୁଅ ରାଜା ମିଶ୍ରଙ୍କର ଅପର ଗୋଷ୍ଠିର ୪ଜଣ ପିଲାଙ୍କ ସହ ଗଣ୍ଡଗୋଳ ହୋଇଥିଲା ।
ଯାହାର ଭିଡିଓ ସୋସିଆଲ ମିଡିଆ ସାଇଟରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ଅନ୍ୟପଟେ ଏ ସମସ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷରୁ ପୋଲିସ ପାଖରେ ଏତଲା ଦିଆଯିବା ପରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା । ତେବେ ଏ ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ମିନାକ୍ଷୀ ଆଜି ଏସପିଙ୍କ ନିକଟକୁ ଯାଇଥିଲେ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିପଙ୍କୁ ସାକ୍ଷାତ କରିବା ପରେ ତାଙ୍କ ସହ ୂଦେଖା କରି ନପାରିବାରୁ ମିନାକ୍ଷୀ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ କାଙ୍କୁ ଉଦ୍ଧାର କରି ଏମକେସିଜି ହସ୍ପଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ମେଡିକାଲରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ବହୁ ରାଜନୈତିକ ନେତାମାନେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।