ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନିର୍ଭୟା ମାମଲାର ୪ଦୋଷୀଙ୍କ ଫାଶୀ ତାରିଖ ଆଜି କୋର୍ଟରେ ଶୁଣାଣି ଥିଲା । ମାତ୍ର ଆଜି ମଧ୍ୟ ଫାଶୀର ତାରିଖ ଘୋଷଣା ହୋଇପାରିଲା ନାହିଁ । ଅଦାଲତ ପୁଣି ନୂଆ ଫାଶୀ ତାରିଖ ଘୋଷଣା କରିବା ପାଇଁ ଆସନ୍ତା କାଲି ଶୁଣାଣି କରିବେ ।
ଏହା ଶୁଣି କୋର୍ଟ ଭିତରେ ହିଁ ନିର୍ଭୟାଙ୍କ ମା’ କାନ୍ଦି କାନ୍ଦି ଜର୍ଜଙ୍କୁ ନୂଆ ଫାଶୀ ତରିଖ ଆଜି ହିଁ ଘୋଷଣା କରିଦେବାକୁ ଅନୁରୋଧ କରିଥିଲେ । ସବୁ ସତ୍ତେ୍ୱ ଆଜି ଦୋଷୀମାନଙ୍କୁ କେବେ ଫାଶୀ ଦିଆଯିବ ସେ ତାରିଖ ଘୋଷଣା ହୋଇପାରିଲା ନାହିଁ ।
ଏହା ପରେ ନିର୍ଭୟାଙ୍କ ମା’ ସରକାରଙ୍କୁ ନ୍ୟାୟ ମାଗି କୋର୍ଟ ଆଗରେ ଧାରଣାରେ ବସିଛନ୍ତି । ଏବଂ ପ୍ରକୃତରେ କେବେ ଦୋଷୀମାନଙ୍କୁ ଫାଶୀ ଦିଆଯିବ ପ୍ରଶ୍ନ କରିଛନ୍ତି ।