ଶ୍ରୀନଗର (ଏଟିଆର ବ୍ୟୁରୋ): ଜାମ୍ମୁ ଓ କାଶ୍ମୀରରୁ ଧାର ୩୭୦ ଉଚ୍ଚେଦ ହେବା ପରେ ପଡୋଶୀ ଦେଶ ପାକିସ୍ତାରର ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା । ପାକିସ୍ତାନ ଭାରତକୁ ବିଶ୍ୱ ଦରକାରରେ ଲଜ୍ଜିତ କରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଶ୍ୱ ଦରବାରରେ ନିଜକୁ ଲଜ୍ଜାର ସାମ୍ନା କରିବାକୁ ପଡିଛି । ଜାତିସଂଘରେ ପାକିସ୍ତାନ ବାରମ୍ବାର ଅଭିଯୋଗ କରିଆସୁଛି ଯେ ଜାମ୍ମୁ କାଶ୍ମୀରରେ ରହୁଥିବା ଲୋକମାନେ ସେଠାରେ ଖରାପ ପରିସ୍ଥିତିରେ ରହିଛନ୍ତି । ଏହାଛଡା ସେମାନ ଉପରେ ଅନ୍ୟୟ ହେଉଛି ବୋଲି ଅନେକ ଅଭିଯୋଗ କରିଆସୁଛି ପାକିସ୍ତାନ ହେଲେ ତାର ଗୁହାରି ବିଶ୍ୱ ଦରବାରରେ କେହି ଶୁଣିବାକୁ ରାଜି ନାହାନ୍ତି । ତେବେ ପାକିସ୍ତାନ ଅଭିଯୋଗର ସତ ବାବଦରେ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଭାରତ ବିଦେଶୀ ପ୍ରତିନିଧି ଟିମକୁ ଡାକିଛି । ଯାହାଫଳରେ ପାକିସ୍ତାନର ଅସଲ ମୁଖା ଖେଲା ଯାଇପାରିବ ।
ପୂର୍ବରୁ ଜାନୁଆରୀ ୧୫ରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଭାରତ ଆସିବା ସହ ଜାମ୍ମୁ କାଶ୍ମୀର ଗ୍ରସ୍ତରେ ଯାଇ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଦେଖିଥିଲେ । ତେବେ ଆଜି ଠାରୁ ଅର୍ଥାତ ୧୨ ଓ ୧୩ ତାରିଖରେ ଦ୍ୱିତୀୟ ଥର ପାଇଁ ବିଦେଶୀ ପ୍ରତିନିଧି ଟିମ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ବୈଦେଶିକ ଟିମ ସ୍ଥାନୀୟ ଲୋକ, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବେ । ଏହି ଟିମ ଜାମ୍ମୁ କାଶ୍ମୀରର ବରମୁଲା, ଶ୍ରୀନଗର ଏବଂ ଜମ୍ମୁ ଗସ୍ତ କରିବେ । ସିଭିଲି ସୋସାଇଟି, ଧାର୍ମିକ ବ୍ୟକ୍ତି, ବିଭିନ୍ନ ସମୁଦାୟ, ଯୁବକ ମାନଙ୍କୁ ମଧ୍ୟ ଏହି ସମୟରେ ଭେଟିବେ ବିଦେଶୀ ଟିମ୍। କେନ୍ଦ୍ର ସରକାରଙ୍କ ଆଉଟରିଚ କାର୍ୟ୍ୟକ୍ରମ ଜରିଆରେ ଏହି ବିଦେଶୀ ପ୍ରତିନିଧି ମଣ୍ଡଳ ଜମ୍ମୁ କଶ୍ମୀର ଆସିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରର ସ୍ଥିତି କିଭଳି ଅଛି ସାରା ବିଶ୍ୱକୁ ଅବଗତ କରାଇବା ପାଇଁ ଲକ୍ଷ୍ୟ ରଖି ବିଦେଶୀ ପ୍ରତିନିଧି ଟିମକୁ ଜମ୍ମୁ କଶ୍ମୀର ଗସ୍ତରେ ଆଣୁଛନ୍ତି ସରକାର।