ଆପଣମାନେ ସମସ୍ତ ଜାଣିଥିବେ ଦହିକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ହେଉ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି । ସେଥିପାଇଁ ଅନେକ ଲୋକ ଦହି ସେବନ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଦହି ଖାଇବାର ସଠିକ୍ ଉପାୟ ବା ସମୟ ଅଛି । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ…. ।
– ସବୁବେଳେ ତାଜା ଦହି ଖାଆନ୍ତୁ । ଦହି ବସେଇବାର ୨୪ଘଂଟା ଭିତରେ ଏହାକୁ ବ୍ୟବହାର କରିବା ଉଚିତ୍ ।ଯଦି ଆପଣ ଏହାକୁ ବହୁତ ଦିନ ରଖି ତାପରେ ଏହାକୁ ଖାଉଛନ୍ତି । ତାହାଲେ ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ ।
– ଯଦି ଆପଣ ଘରେ ଦହି ବସାଉଛନ୍ତି । ତେବେ ଏଥିପାଇଁ ଗାଇ କ୍ଷୀର ବ୍ୟବହାର କରନ୍ତୁ ।
– ଶରୀରର କୌଣସି ଅଙ୍ଗ ଫୁଲା ଜଣା ପଡୁଛି କି? ତେବେ ବିଲ୍କୁଲ୍ ଖଟା ଦହି ଖାଆନ୍ତୁ ନାହିଁ । ନଚେତ୍ ସେହି ସ୍ଥାନ ଅଧିକ ଫୁଲିବା ଆଶଙ୍କା ଥାଏ ।
– ରାତ୍ରି ସମୟରେ କଦାବି ଦହି ଖାଆନ୍ତୁ ନାହିଁ । ଏହାଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ । ।