ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୪୮ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାସହ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଥଣ୍ଡାର ପ୍ରଭାବ ଜାରି ରହିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟାରେ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିବ । ୪୮ ଘଣ୍ଟା ପରେ ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସୂଚନା ଦିଆଯାଇଛି ।
ଆସନ୍ତା ପାଞ୍ଚ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ କୁହୁଡି ଦେଖାଯିବ । ଏହା ସହ ଆସନ୍ତା ୧୫ ତାରିଖରେ ଉପକୂଳ ଓଡିଶା ସମେତ କୋରାପୁଟ, ନୟାଗଡ,ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ୱଳ୍ପ କୁହୁଡି ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।