ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪-୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ।
ଏଥିପାଇଁ ଏବେଠାରୁ ତାଙ୍କ ଆସିବା ପାଇଁ ପ୍ରସ୍ତୁତି ଚାଲିଛି । କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ଖୁସି ଜାହିର କରିବା ସହିତ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ଯାତ୍ରା ହେବ ବୋଲି ଟ୍ୱିଟ କରି ଦେଶବାସୀଙ୍କୁ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟର ଉତ୍ତର ଦେଇ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ଫ କହିଛନ୍ତି, ସେ ଭାରତ ଆସିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ତାଙ୍କୁ ଭାରତ ନିମନ୍ତ୍ରଣ କରିବା ପାଇଁ ।
Thank you @narendramodi for the kind invitation. Looking forward to visiting Ahmedabad & New Dehli later this month. @POTUS & I are excited for the trip & to celebrate the close ties between the #USA & #India. https://t.co/49LzQPiVLf
— Melania Trump (@FLOTUS) February 12, 2020
ସୂଚନା ଅନୁସାରେ ଆସନ୍ତା ୨୪-୨୫ରେ ଡୋନାଲଡ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଦିଲ୍ଲୀ ସମେତ ଅହମଦାବଦ ଗସ୍ତ କରିବେ । ଏଥିପାଇଁ ଏବେଠାରୁ ଅହମଦାବାଦ ଓ ଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ଧ୍ୟାନ ଦିଆଯିବ ।