ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତର ପ୍ରଭାବ କମିଥିବା ବେଳେ ଏବେ ପାଗ ପରିବର୍ତ୍ତନ ହେଉଥିବା ଅନୁଭୂତ ହେଉଛି । ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏବେ ଖରା ନିଜର ପ୍ରଭାବ ଦେଖାଇବାରେ ଲାଗିଲାଣି । ଶୀତ କମିବା ଫଳରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବଢିବାରେ ଲାଗିଲାଣି । ଗ୍ରୀଷ୍ମଋତୁ ଆସିବା ଫଳରେ ତାପମାତ୍ରରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଚଳିତ ବର୍ଷ ଅଧିକ ଖରା ଅନୁଭୂତ ହେବା ସହ ତାପମାତ୍ରା ଅଧିକ ବଢିବ ।
ବର୍ତ୍ତମାନ ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ବଢିବା ଫଳରେ ଅଧିକାଂଶ ସହରରେ ତାପମାତ୍ରା ୩୦ଡିଗ୍ରୀ ଉପରେ ରହିଛି । ସେହିପରି ୩ରୁ୪ଟି ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରହିଛି । ତେବେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ଆହୁରୀ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।