ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ଏନେଇ ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏମାନେ ହେଲେ ମନୀଷ ଶିଶୋଦିଆ , ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ , କୈଳାସ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ।
ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବେଜେଲ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ଶପଥ ପାଠ କରାଇଛନ୍ତି । ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମନୀଷ ଶିଶୋଦିଆ । ମନୀଷ ଗତ ସରକାରରେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ସୂଚନାଯୋଗ୍ୟ ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ୭୦ ଟି ଆସନରୁ ୬୨ ଟି ଆସନ ଜିତି ପାରିଛି ।