ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶ ଗସ୍ତ ନିମନ୍ତେ ଜରୁରୀ ପାସପୋର୍ଟ ପାଇଁ ଏବେ ଆଉ ମାସ ମାସ କାଳ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଏବେ ୧୦ ରୁ ୧୨ ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ପାସପୋର୍ଟ ମିଳିଯିବ । ପୂର୍ବରୁ ପାସପୋର୍ଟ ତିଆରି କରିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଥିଲା ଏବଂ ପାସପୋର୍ଟ କାର୍ଯ୍ୟାଳୟକୁ ବାରମ୍ବାର ଚକ୍କର କାଟିବାକୁ ପଡୁଥିଲା ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତନ କାର୍ଯ୍ୟଶୈଳୀ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଦେଶରେ ୧.୨୫ ଲକ୍ଷରୁ ଅଧିକ ପାସପୋର୍ଟ କରାଯାଉଛି । ଏବେ ପାସପୋର୍ଟ ଆବେଦନକାରୀଙ୍କ ୱେଟିଙ୍ଗ ଲିଷ୍ଟ ସମାପ୍ତ ହୋଇସାରିଛି । ପ୍ରାୟତଃ ୧୦ ରୁ ୧୨ ଦିନ ମଧ୍ୟରେ ଏବେ ପାସପୋର୍ଟ ମିଳିଯାଉଛି । ଦେଶର ୧୭ ସହରରେ ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର (ପିଓପିଏସକେ) ଖୋଲା ଯାଇଛି । ଯେଉଁଠି ଆବେଦନ ଜମା ହୋଇଥାଏ ।
ସେଥିପାଇଁ ଏବେ ଭୋପାଳର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରେ ଖୁବ୍ କମ୍ ଭିଡ ନଜର ଆସିଛି । ଏଥିମଧ୍ୟରୁ ୧୦ଟି କେନ୍ଦ୍ରରେ ପାସପୋର୍ଟ ଆବେଦନ ର ଅନଲାଇନ୍ ପ୍ରୋସେସିଙ୍ଗ ହେବା ଦ୍ୱାରା ବହୁତ ଶୀଘ୍ର ପ୍ରକ୍ରିୟା ହୋଇପାରୁଛି । ଉଜୈନ, ଧାର, ଛତରପୁର, ଦମୋହ ଟିକମଗଢ ଏବଂ ରିୱା କେନ୍ଦ୍ରରେ ବି ମାର୍ଚ୍ଚ ମାସରେ ଅନଲାଇନ୍ କରାଯିବାର ପ୍ରସ୍ତୁତି ଚାଲିଛି । ଏହିସ୍ଥାନ ମାନଙ୍କରୁ ଆବେଦନକାରୀଙ୍କୁ ଫାଇଲ ଭୋପାଳ ପଠାଯାଇଥାଏ, ଯାହାଦ୍ୱାରା ଅଧିକ ସମୟ ଲାଗିଥାଏ ।
ସ୍ଥାନୀୟ ପାସପୋର୍ଟ ଅଧିକାରୀ ରଶ୍ମି ବଘେଲ କହିଛନ୍ତି କି, ପାସପୋର୍ଟ ଆବେଦନକାରୀଙ୍କ ପୋଲିସ ଭେରିଫିକେସନ୍ ରିପୋର୍ଟ ମିଳିବା ପରେ ସେହି ଦିନ ପାସପୋର୍ଟ ପ୍ରିିଣ୍ଟିଙ୍ଗ ପଠାଯାଇଥାଏ ।
ଏହାର ଗୋଟେ ଦିନ ପରେ ସ୍ପିଡ୍ ପୋଷ୍ଟ ଜରିଆରେ ଆବେଦନକାରୀଙ୍କ ଠିକଣାକୁ ପାସପୋର୍ଟ ପଠାଯାଇଥାଏ । ଏବେ ସାଧାରଣ ଭାବେ ଦେଖିବାକୁ ଗଲେ ପାସପୋର୍ଟ ପାଇଁ ଭୋପାଳରେ ୧୨ ଦିନ, ଇନ୍ଦୌରରେ ୧୦ ଦିନ, ଜବଲପୁର ୧୪ ଦିନ ଏବଂ ଗ୍ୱୋଲିୟରରେ ୧୦ ରୁ ୧୨ ଦିନ ସମୟ ଲାଗୁଛି ।