ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀର ପାଇଁ ସବୁଠାରୁ ଭଲ ଫଳ ହେଉଛି ସେଓ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି କି ନିୟମିତ ଗୋଟେ ସେଓ ଖାଇବା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ଏବଂ କର୍କଟ ରୋଗରୁ ଛୁଟ୍ କାରା ମିଳିଥାଏ । ଯେଉଁ ବ୍ୟକ୍ତି ଅଧିକ ଫ୍ଲେବୋନାଇଡସ ଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିଥାନ୍ତି ସେମାନଙ୍କଠାରେ ମାରାତ୍ମକ ରୋଗ ହେବାର ସମ୍ଭାବନା କମ୍ ରହିଥାଏ । ଏନେଇ ଗବେଷକ କହିଛନ୍ତି ସେଓ, କମଳା , ବ୍ରୋକଲି ଏବଂ ବ୍ଲୁବେରୀ ଖାଇବା ଦ୍ୱାରା ଜଣେ ବ୍ୟକ୍ତିକୁ ୫୦୦ ମିଲିଗ୍ରାମ ଫ୍ଲେବୋନାଇଡ୍ସ ପ୍ରାପ୍ତ ହୋଇଥାଏ ।
ଏହା ଫୁଲିବା କମ୍ କରିବାରେ ସହାୟକ ହୋଇଥାଏ । ନେସନାଲ କ୍ୟାନ୍ସର ଇଂଷ୍ଟିଚ୍ୟୁଟ୍ ମୁତାବକ, ଫୁଲା ରହିବା ଯୋଗୁଁ ଡିଏନଏ କୁ କ୍ଷତି ପହଁଚିଥାଏ । ପ୍ରାକୃତିକ ପଦାର୍ଥର ଏକ ସମୂହ ହେଉଛି ଫ୍ଲେବୋନାଇଡ୍ସ, ଯାହା ଫଳ, ପରିବା ଏବଂ ଶସ୍ୟରେ ମିଳିଥାଏ ।
ରିପୋର୍ଟ ମୁତାବକ, ସେଓ ଖାଇବା ଦ୍ୱାରା ଦାନ୍ତ ମଜବୁତ ହୋଇଥାଏ । ଏହାବ୍ୟତିତ ସେଓରେ ପ୍ରଚୁର ପରିମାଣର ଫାଇବର୍ସ ଥାଏ । ଏହା ଡାଇଟ୍ରି ଫାଇବର୍ସ ଖାଦ୍ୟକୁ ଭଲ ଭାବେ ପାଚନ କରିବାରେ ସହାୟକ ହୋଇଥାଏ । ଏହାସହିତ ସେଓ ଖାଇବା ଦ୍ୱାରା ପେଟ ସମସ୍ୟା ତଥା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।