କଟକ(ଏଟିଆର ବ୍ୟୁରୋ): ଆଉ ମାତ୍ର ଗୋଟିଏ ଦିନ ପରେ ମ୍ୟାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଯେପରି କୌଣସି ପ୍ରକାରର ବିଭ୍ରଟ ନହେବ ସେନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହା ସହ ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଆଡମିଟ କାର୍ଡ ପାଇଁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଚଳିତ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ସ୍କୁଲର ଜଣେ ଶିକ୍ଷକ ସେଣ୍ଟରକୁ ଯିବେ । କୌଣସି ପ୍ରକାରର ଅସୁବିଧା ହେଲେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଜଣକ ଚିହ୍ନଟ କରିବେ ।
କଟକ ମାଧ୍ୟମିକ ବୋର୍ଡ ପକ୍ଷରୁ ପ୍ରସାସନ କୁ ଅନୁରୋଧ କରାଯାଇଛି ଯେ, ପ୍ରତି ସେଣ୍ଟରରେ ଜଣେ ସେଣ୍ଟର ସୁପର ଭାଇଜରଙ୍କୁ ନିଯୁକ୍ତି କରିବେ । ଏହା ସହିତ ପ୍ରତି ସେଣ୍ଟରକୁ ନୋଡାଲ ଅବଜରଭର ଯିବେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଯେପରି ମେବାଇଲ ଫୋନ ସେଣ୍ଟର ଭିତରକୁ ନନେବେ ସେଥିପାଇଁ ଦୃଷ୍ଟି ଦିଆଯିବ । ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ମେବାଇଲ ଫୋନ ଭିତରକୁ ନେଇ ପାରିବେ ନାହି ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତବର୍ଷ ୫ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ। ଏହା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।