ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛଅ ଦିନ ଯାଏଁ ପେଟ୍ରୋଲ ଦର ସ୍ଥିର ରହିବା ପରେ ଆଜି ହ୍ରାସ ହୋଇଛି । ସେହିପରି ଡିଜେଲ ଦର ବି ହ୍ରାସ ପାଇଛି । ତେଲ ଉତ୍ପନ୍ନ କମ୍ପାନୀ ପକ୍ଷରୁ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୫ ପଇସା ହାସ କରାଯାଇ ଥିବା ବେଳେ ମୁମ୍ବାଇରେ ଏହର ଦର ୪ ପଇସା ହ୍ରାସ କରାଯାଇଛି । ଅନ୍ୟପଟେ ଏହି ଚାରି ମହାନଗରରେ ଡିଜେଲ ଦର ଲିଟର ପିଛା ୫ ପଇସା ହ୍ରାସ ହୋଇଛି ।
କରୋନା ଭାଇରସ ପ୍ରଭାବ ଯୋଗୁଁ ଚୀନରେ କଞ୍ଚା ତେଲ ଉତ୍ପନ୍ନ ରେ ପ୍ରଭାବ ପଡିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ଉପରେ ପ୍ରଭାବ ପଡିଛି । କଞ୍ଚା ତେଲ ଦର ହ୍ରାସ ହେବା ଦ୍ୱାରା ଭାରତରେ ପେଟ୍ରୋଲ ଏବଂ ଡିଜେଲ ଆଗାମୀ ଦିନରେ ଶସ୍ତା ହୋଇପାରେ ବୋଲି କୁହାଯାଉଛି ।
ଇଣ୍ଡିଆନ୍ ଅଏଲ ୱେବସାଇଟ ଅନୁସାରେ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ରେ ମଙ୍ଗଳବାର ଦିନ ଡିଜେଲ ଦର ହ୍ରାସ ହୋଇ କ୍ରମଶଃ ୬୪.୬୫ ଟଙ୍କା, ୬୬.୯୭ ଟଙ୍କା, ୬୭.୭୫ ଟଙ୍କା, ଏବଂ ୬୮.୨୭ ଟଙ୍କା ହୋଇଛି ।
ସେହିପରି ଏହି ସ୍ଥାନରେ ପେଟ୍ରୋଲ ଦର ହ୍ରାସ ହୋଇ କ୍ରମଶଃ ୭୧.୮୯ ଟଙ୍କା, ୭୪.୫୩ ଟଙ୍କା, ୭୭.୫୬ ଟଙ୍କା ଏବଂ ୭୪.୬୮ ଟଙ୍କା ହୋଇଛି ।