ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପେପରଲେସ ହେବାକୁ ଯାଉଛି ଏଥରର ବଜେଟ । ଆଜି ବିଧାନସଭାରେ ଉପସ୍ଥାପନ ହେବାକୁ ଯାଉଛି ୨୦୨୦-୨୧ବର୍ଷ ନିମନ୍ତେ ରାଜ୍ୟ ବଜେଟ । ତେବେ ଏଥରର ବଜେଟକୁ ଭିନ୍ନ ଅନଦାଜରେ ଉପସ୍ଥାପନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୂର୍ବବର୍ଷ ଗୁଡିକରେ ସରକାର ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ତାଙ୍କୁ ବଜେଟ ପୁସ୍ତକ ଛାପିବାକୁ ପଡୁଥିଲା । ଯାହା ନିମନ୍ତେ ଖର୍ଚ୍ଚ କରିବାକୁ ପଡୁଥିଲା ୭୫ଲକ୍ଷ କାଗଜ । ସେଥିପାଇଁ ଏଥରର ବଜେଟ ରହିଛି ସ୍ୱତନ୍ତ୍ର ।
Committed to build a green & sustainable future, #Odisha has saved around 1000 big trees by switching over to paperless budgeting in 2020-21 fiscal. Digital methods reduced printing of at least 75 lakh pages, ultimately saving hundreds of trees. #GoGreen #GreenBudget @FdOdisha pic.twitter.com/RzV5HwFQov
— Naveen Patnaik (@Naveen_Odisha) February 17, 2020
ଏଥରର ବଜେଟ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ । ତେଣୁ ଛପା ଯିବନାହିଁ ବଜେଟ ପୁସ୍ତକ । ଏଥିଯୋଗୁ ୭୫ଲକ୍ଷ କାଗଜ ବଞ୍ଚିଯିବ । ତେବେ ଯଦି ପୁସ୍ତକ ଛପା ଯାଇଥାନ୍ତା ତେବେ ହଜାର ହଜାର ଗଛ କଟିବାକୁ ପଡିଥାନ୍ତା । ତେବେ ରାଜ୍ୟ ସରକାରଙ୍କର ଡିଜିଟାଲ ବଜେଟ ଉପସ୍ଥାପନା ଫଳରେ ଗଛ କାଟିବାକୁ ପଡିବ ନାହିଁ । ଏହାକୁ ସାଧାରଣ ମହଲରେ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁଜ ଓ ନିରନ୍ତର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର ଓ ଏହା ସହ ଗୋ ଗ୍ରୀନ ଓ ଗ୍ରୀନ ବଜେଟ ବୋଲି କହି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।