ବର୍ଲିନ(ଏଟିଆର ବ୍ୟୁରୋ): ଲରିୟସ ସ୍ପୋର୍ଟସ ଆୱାର୍ଡ ଘୋଷଣା ହୋଇଛି । ଏଫ୧ ରେସର ଲୁଇସ ହାମିଲଟନ ଏବଂ ଫୁଟବଲ ଖେଳାଳି ଲିୟୋନେଲ ମେସିଙ୍କୁ ଯୁଗ୍ମ ଭାବେ ୱାର୍ଲ୍ଡ ସ୍ପୋର୍ଟସମ୍ୟାନ ଅଫ ଦ ଇୟର ଘେଷଣା କରାଯାଇଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସ୍ପୋର୍ଟିଂଙ୍ଗ ମୁକେଣ୍ଟ ୨୦୦୦-୨୦୨୦ ଆୱାର୍ଡ ମିଳିଛି । ଆୱାର୍ଡ ଜିତିବା ପରେ ତେନ୍ଦୁଲକର ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, ୧୯୮୩ ମସିହାରେ ଭାରତ ପ୍ରଥମ ବିଶ୍ୱକପ ଜିତି ଥିଲା । ସେତେବେଳେ ସେ ବହୁତ ଛୋଟ ଥିଲେ । ବିଶ୍ୱ କପ ଜିତିବାକୁ ତାଙ୍କୁ ୨୨ ବର୍ଷ ସମୟ ଲାଗିଗଲା ।
"This is a reminder of how powerful sport is and what magic it does to all of our lives."@sachin_rt gives a touching speech at the #Laureus20 awards. Tendulkar, who lifted the 2011 #CWC 🏆 with India, won the Laureus Sporting Moment Award 2000-2020.pic.twitter.com/WOfRakwGdS
— ICC (@ICC) February 18, 2020
ସେହିପରି ୨୦୧୧ ବିଶ୍ୱକପ ଫାଇନାଲରେ ଭାରତ ଜିତିବା ପରେ ଭାରତୀୟ ଦଳର ଖେଳାଳି ମାନେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ପଡିଆ ଚାରିପଟେ ବୁଲାଇ ଥିଲେ । ସେତେବେଳେ ଏହି ଫଟୋ ଖୁବ ଭାଇରାଲ ହୋଇଥିଲା ।ଏହି ଫଟୋକୁ ସ୍ପୋଟିଂଙ୍ଗ ମୁମେଣ୍ଟ ଭାବେ ଚୟନ କରାଯାଇଛି ।
ସୂଚନା ଅନୁସାରେ ହାମିଲଟମ ଓ ଲିୟୋନାଲ ମେସି ସମାନ ସଂଖ୍ୟା ଭୋଟ ପାଇଥିଲେ । ତେବେ ପ୍ରଥମ ଥରେ ପାଇଁ ଏହି ପୁରସ୍କାର ଯୁଗ୍ମ ଭାବେ ଦିଆଯାଇଛି । ତେବେ ଉତ୍ସବରେ ମେସୀ ଅନୁପସ୍ଥିତ ଥିବାରୁ ଏକ ଭିଡିଓ ଜରିଆରେ ନିଜର ଖୁସି ସାବ୍ୟସ୍ଥ କରିଛନ୍ତି ।
"I am honoured to be the first to win this award being a sportsperson coming from a team sport."
Felicidades Lionel Messi 🙌#Laureus20 #SportUnitesUs pic.twitter.com/Qt7UDTpFya
— Laureus (@LaureusSport) February 17, 2020