ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମୁମ୍ବାଇ ଆତଙ୍କବାଦୀ ହମଲାରେ ଦୋଷୀ ସାବ୍ୟସ୍ଥ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ଅଜମଲ କସାବକୁ ନେଇ ଏକ ବଡ ଖୁଲାସା ହୋଇଛି ।
ନିକଟରେ ମୁମ୍ବାଇର ପୂର୍ବ ପୋଲିସ୍ କମିଶନର ରାକେଶ ମାରିୟାଙ୍କର ଏକ ପୁସ୍ତକ Let Me Say It Now ପବ୍ଳିସ୍ ହୋଇଥିଲା । ଏହି ବହିରେ ରାକେଶ ମାରିୟା କସାବ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଜଣା ତଥ୍ୟ ଲେଖିଛନ୍ତି ।
ରାକେଶ ମାରିୟା ୨୦୧୧ ମୁମ୍ବାଇ ବିଷ୍ଫୋରଣ ସମୟରେ ମୁମ୍ବାଇର ପୋଲିସ୍ କମିଶନର ଥିବାରୁ ସେତେବେଳେ ଆତଙ୍କବାଦୀ ଅଜମଲ କସାବର ମାମଲାକୁ ନିଜେ ରାକେଶ ମାରିୟାଙ୍କ ଦ୍ୱାରା କୋର୍ଟରେ ଉପସ୍ଥାପନା କରାଯାଇଥିଲା ।
Let Me Say It Now ବହି ଅନୁସାରେ କସାବ ଖୁବ ଅଳ୍ପ ବୟସର ଥିବାରୁ ସେ ପ୍ରକୃତ ଆତଙ୍କବାଦର ଅର୍ଥ ବୁଝି ନଥିଲା । ଏବଂ ତାର ସରଳତାର ଫାଇଦା ଉଠାଇ ଲସ୍କରେ ତୋଇବା ଆତଙ୍କବାଦୀ ସଂଗଠନ ମୁମ୍ବାଇ ବିଷ୍ଫୋରଣରେ କସାବକୁ ବ୍ୟବହୃତ କରିଥିଲା ।
ଏବଂ କସାବକୁ ଏକ ହିନ୍ଦୁର ପରିଚୟ ଦେଇ ଭାରତ ପଠାଯାଇଥିଲା । ଯାହା ଫଳରେ ଭାରତରେ ହିନ୍ଦୁ ଆତଙ୍କବାଦୀ ଅଛନ୍ତି ତାହା ପାକିସ୍ତାନକୁ ପ୍ରମାଣ କରିବାରେ ସହଜ ହୋଇଯିବ ।
ପରେ କସାବ ଧରାପଡିବା ପରେ ପାକିସ୍ତାନ ତରଫରୁ ତାକୁ ହିନ୍ଦୁ ବୋଲି ସାବ୍ୟସ୍ଥ କରିବାକୁ ଯଥା ସମ୍ଭବ ପ୍ରୟାସ ହୋଇଥିଲା । ଏଥିପାଇଁ ପାକିସ୍ତାନ ମୁମ୍ବାଇର ଅଣ୍ଡର ୱାଲର୍ଡ ଡନ ଦାଉଦ ଇବ୍ରାହିମ୍ କୁ ସୁପାରି ମଧ୍ୟ ଦେଇଥିଲା । ଦାଉଦ୍ ଜରିଆରେ କସାବକୁ ମାରିଦେବାକୁ ଚାହୁଁଥିଲା ପାକିସ୍ତାନ, ଯାହା ଫଳରେ କସାବ ମୁସଲିମ୍ ହେବା କଥା ଆଉ ପଦାକୁ ଆସିପାରିବ ନାହିଁ।