ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନରେ ଏବେ କାରୋନା ଭାେଇରସ ଟିକେ କାବକୁ ଆସିଲାଣି । ଚୀନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଭାଇରସ ଏବେ କମୁଛି ।
କାରଣ ଏହି ଭୂତାଣୁର ପ୍ରଭାବ ପ୍ରଥମେ ହୁବେଇର ରାଜଧାନୀ ଉହାନରେ ହିଁ ଦେଖିବାକୁ ମିଳିଥିଲା। ଚୀନର କିଛି ବୈଜ୍ଞାନିକ ଏବେ ସ୍ବୀକାର କରିଛନ୍ତି କି ଏହି ଭୟଙ୍କର ଭାଇରସର ଜନ୍ମ ଉହାନର ମାଛ ମାର୍କେଟଠୁ ଅଳ୍ପ ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବରେ ହିଁ ହୋଇଛି। ଉହାନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲରେ ଏଭଳି ଭାଇରସର ଜନ୍ମ ହୋଇପାରେ ବୋଲି ବୈଜ୍ଞାନିକ ମାନେ ମତ ରଖିଛନ୍ତି । କାରଣ ଏହି ରିସର୍ଚ୍ଚ ସେଣ୍ଟରରେ ୬୦୫ ଟି ବାଦୁଡି ରଖାଯାଇଛି । ତେଣୁ ସେଠାରୁ ଏହି ଭୂତାଣୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା କୁହାଯାଉଛି । ମାତ୍ର ଏନେଇ କୌଣସି ସ୍ପଷ୍ଟତା ଆସିପାରି ନାହିଁ । ପୂର୍ବରୁ କୁହାଯାଉଥିଲା ଏହି ଭାଇରସ ବଜ୍ରକାପ୍ତା ଠାରୁ ଆସିଛି ବୋଲି ।